Vikari Bala Biography in Odia: ଭିକାରୀ ବଳ ଜୀବନି

Vikari Bala Biography in Odia:

Vikari Bala is a pure heart singer and a holy spirit singer for devotional songs, he is from Kendrapada district, State Odisha. He has sing hundreds and hundreds odia hits bhajan song, so let's know about this legend of Odisha 'Vikari Bala Biography in Odia.

ଭିକାରୀ ବଳ:

ଭିକାରୀ ବଳ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସୋବଳା ଗ୍ରାମରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ୨୫ ତାରିଖ ୧୯୨୯ ରେ ଜନ୍ମ ଗ୍ରହଣ କରିଥିଲେ। ଭିକାରୀ ବଳଙ୍କ ବାପାଙ୍କ ନାମ ଥିଲା ରାମଚନ୍ଦ୍ର ବଳ ଓ ମାତାଙ୍କ ନାମ ଥିଲା ଗେହ୍ଲାରାଣୀ ଦେବୀ। ଗେହ୍ଲାରାଣୀ ଦେବୀ ଏକାଧିକ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ହେଁ କେହି ବଞ୍ଚିପାରି ନଥିଲେ। ତେଣୁ ପ୍ରଚଳିତ ଅନ୍ଧବିଶ୍ୱାସ ଅନୁଯାୟୀ ଭିକାରୀ ବଳଙ୍କୁ ଭିନ୍ନ ଜାତିରେ ବିକ୍ରି କରିଦେଇଥିଲେ ଓ ପୁଣି ପରେ ମୁକୁଲାଇ ଆଣିଥିଲେ। ସେ ଦୀର୍ଘାୟୁ ହେବେ ବୋଲି ଏପରି କରାଯାଇଥିଲା।

ଭିକାରୀ ବଳ ବାଲ୍ୟକାଳରୁ ମାଁ ଓ ବାପାଙ୍କୁ ହରାଇ ଦେଇଥିଲେ। ତାଙ୍କର ଦାୟିତ୍ଵ ବହନ କରିଥିଲେ ବଡ଼ ଭାଇ ଧନେଶ୍ଵର (ରାମଚନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ପୁତ୍ର)। ଭିକାରୀ ବଳଙ୍କ ବାପା ପ୍ରଥମେ ବିବାହ କରିଥିଲେ କିନ୍ତୁ ପ୍ରଥମ ପତ୍ନୀଙ୍କ ଅକାଳ ମୃତ୍ୟୁ ଘଟିବାରୁ ସେ ଦ୍ଵିତୀୟ ବିବାହ ଗେହ୍ଲାରାଣୀ ଦେବୀଙ୍କ ସହିତ ବିବାହ କରିଥିଲେ।

ସୋବଳା ଗ୍ରାମର ଶେଷ ମୁଣ୍ଡରେ ଥିଲା ଗୋଟିଏ ଆଖଡ଼ା ଘର। କୃଷ୍ଣଚନ୍ଦ୍ର ସାହୁ ଥିଲେ ସେହି ଆଖଡ଼ା ଘରର ମୁଖ୍ୟ ଏବଂ ସେ ହିଁ ହେଉଛନ୍ତି ଭିକାରୀ ବଳଙ୍କ ପ୍ରଥମ ଗୁରୁ। ସେଠାରେ ମୁଖ୍ୟତଃ ଦକ୍ଷିଣ ନୃତ୍ୟ ଶିକ୍ଷା ଦିଆଯାଉଥିଲା। ସେହି ଦଳରେ ଭିକାରୀ ବଳ ପଖାଉଜ୍, ତବଲା ବାଦନ ସହ ନିଜକୁ ସଙ୍ଗୀତ ଗାୟନରେ ନିୟୋଜିତ କରିଥିଲେ। ପରିସ୍ଥିତି ଯୋଗୁଁ ତାଙ୍କୁ ଗ୍ରାମ ଛାଡ଼ି ସହରକୁ ଆସିବାକୁ ପଡ଼ିଲା ଏବଂ ସେ କଟକକୁ କାମ କରିବାକୁ ଚାଲିଆସିଥିଲେ। 

ଭିକାରୀ ବଳ ଥିଲେ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ। ଶ୍ରୀ ମନ୍ଦିରରେ ଚାମର ସେବାର ସୁଯୋଗ ତାଙ୍କୁ ମିଳିଥିଲା। ଏକଦା ସେ ଏକ ଲକ୍ଷ ଟଙ୍କା ପୁରସ୍କାର ରୁପରେ ପାଇଥିବା ସମସ୍ତ ‌ଟଙ୍କାକୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦାନ କରିଥିଲେ। ନିଜର ପାରିଶ୍ରମିକ ଅର୍ଥ ରେ ସେ ଚ‌ୌଦାରରେ ଏକ ଜଗନ୍ନାଥ ମନ୍ଦିର ତୋଳାଇଥିଲେ। ତାଙ୍କର ସଂପର୍କ ଅନେକ ମଠ ମନ୍ଦିର, ଆଧ୍ୟାତ୍ମିକ ଅନୁଷ୍ଠାନ ଗୁଡ଼ିକ ସହିତ ଜଡିତ ଥିଲା। ଜୀବନର ଅଧାରୁ ଅଧିକ ସମୟ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକରେ ବିତାଇଥିଲେ।

କାର୍ତ୍ତିକ ମାସ ହେଉଛି ଭିକାରୀ ବଳଙ୍କ ପ୍ରିୟ ମାସ ଓ ଏହିମାସ ବିଷୟରେ ମଧ୍ୟ ଗିତଟିଏ ଲେଖିଥିଲେ। ୨୦୧୦ ରେ କାର୍ତ୍ତିକ ମାସର ବଡ଼ ଏକାଦଶୀରେ ତାଙ୍କର ଜୀବନ ଦିପ ଲିଭି ଯାଇଥିଲା ଏବଂ ସେ ଇହଧାମ ତ୍ୟାଗ କରି ଚାଲିଯାଇଥିଲେ। ଭିକାରୀ ବଳଙ୍କ ଦ୍ଵାରା ଲିଖିତ କାର୍ତ୍ତିକ ମାସ ବିଷୟରେ ଗିତର କିଛି ଅଂଶ:-
ମହା କାର୍ତ୍ତିକର ଏହି ରାତି,
ଉଜାଗରେ ରହି ଯାଉ ବିତି;
ମନେ ମର ଆଉ ନାହିଁ ଭୀତି,
ତୁଣ୍ଡେ ମୁଁ ଗାଉଛି ତା'ର ଗୀତି।
ଆ କା ମା' ବୈ-ପାନ ଗୁଆ ଥୋଇ,
ମୋ ଜୀବନ ନାଆ ଯାଉ ଭାସି।

Post a Comment

0 Comments