Sardar Balahav Bhai Patel:
Sardar Balahav Bhai Patel is steel freedom fighter, due to his incomparable service and sacrifices for India, today he is known as 'Iron Man' of India. Let's talk about Sardar Balahav Bhai Patel Biography in Odia.
sardar-balahav-bhai-patel-biography-in-odia |
ସର୍ଦାର ବଲ୍ଲଭ ଭାଇ ଝାୱେରଭାଇ ପଟେଲ:
ସର୍ଦାର ବଲ୍ଲଭ ଭାଇ ପଟେଲ ହେଉଛନ୍ତି ଭାରତର ଲୌହ ମାନବ ବି Iron Man, ଭାରତର ପୂୂର୍ଣ୍ଣ ଗଠନରେ ତାଙ୍କର ଯୋଗଦାନ ଓ ଅବଦାନ ଅତୁଳନୀୟ, ତେବେ ଚାଳ ଏହି ମହା ମାନବଙ୍କ ବିଷୟରେ ଆଲୋଚନା କରିବା। ଆସା କରୁଛି ଆପଣମାନଙ୍କୁ ଭଲ ଲାଗିବ।
ସର୍ଦାର ପଟେଲ ହେଉଛନ୍ତି ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ, ଭାରତରେ ଗଡ଼ଜାତ ରାଜ୍ୟ ମାନଙ୍କର ଭାରତ ଭୂମିର ସହ ଏକତ୍ରିତ କରିବାରେ ସର୍ଦାର ପଟେଲ ଙ୍କ ଯୋଗଦାନ ଅନ୍ୟମାନଙ୍କ ଠାରୁ ବହୁତ ବେଶୀ । ତାଙ୍କର ସଂପୂର୍ଣ୍ଣ ନାମ ହେଉଛି ବଲ୍ଲଭ ଭାଇ ଝାୱେରଭାଇ ପଟେଲ। ସେ ୩୧ ଅକ୍ଟୋବର ୧୮୭୫ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୫ ଡିସେମ୍ବର ୧୯୫୦ ମସିହାରେ ସେ ଇହଧାମ ତ୍ୟାଗ କରି ଚାଲିଯାଇଥିଲେ।
ସର୍ଦାର ପଟେଲ ଙ୍କ ଜନ୍ମ ଗୁଜରାଟର ନଡିୟାଦ୍ ରେ ହୋଇଥିଲା ଏବଂ ନିଜର କର୍ମ ଜୀବନରେ ସେ ଥିଲେ ଏକା ସଙ୍ଗେ ଜଣେ ବାରିଷ୍ଟର୍ ଓ ରାଷ୍ଟ୍ରବାଦୀ ନେତା । ସେ ନିଜର ସମସ୍ତ ଜୀବନକୁ ଦେଶର ସେବାରେ ଲଗାଇ ଦେଇଥିଲା। ଶୈଶବରୁ ନିଜ ସଂକଳ୍ପ ରେ ସେ ବହୁତ ଦୃଢ଼ ରହୁଥିଲେ। ସର୍ଦାର ପଟେଲ ଗୋଟିଏ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ତାଙ୍କର ଊଚ୍ଚାଭିଲାଷ ଫଳରେ ସେ ଜୀବନରେ ଅନେକ ସଫଳତା ହାସଲ କରିପାରିଥିଲେ।
ସର୍ଦାର ପଟେଲ ଏକ ସମୟରେ ବ୍ରିଟିଶ୍ ମାନଙ୍କ ଆଦର୍ଶ ଏବଂ ଚାଲିଚଳନ ଦ୍ବାରା ଖୁବ ପ୍ରଭାବିତ ହୋଇଥିଲେ ଏବଂ ଭାବୁଥିଲେ ଯେ ଭାରତୀୟମାନଙ୍କୁ ଇଂରେଜ ମାନଙ୍କ ଠାରୁ କିଛି ଶିଖିବା କଥା। ସେ ଇଂଲଣ୍ଡ ଯାଇ ସେଠାରେ ଶିକ୍ଷା ଲାଭ କରିବାକୁ ବହୁତ ପସନ୍ଦ କରୁଥିଲେ କିନ୍ତୁ ଅର୍ଥ ଅଭାବରୁ ଯାଇପାରୁ ନଥିଲେ। ସେହି ସମୟରେ ଇଂଲଣ୍ଡ କୁ ଯିବାକୁ ହେଲେ ୭୦୦୦ ରୁ ୮୦୦୦ ଟଙ୍କା ଦରକାର ହେଉଥିବାବେଳେ ଏତିକି ପରିମାଣର ଅର୍ଥ ରାଶି ସର୍ଦାର ପଟେଲ ଙ୍କ ପକ୍ଷେ ସମ୍ଭବ ନଥିଲା। ତେବେ ସେ ହାର ନମାନି ଟଙ୍କା ଯୋଗାଡ଼ରେ ଲାଗିଯାଇଥିଲେ। ଆଇନ୍ ପରିକ୍ଷାରେ କୃତକାର୍ଯ୍ୟ ହେବାପରେ ସେ ଭାରତରେ ୩ ବର୍ଷ ଓକିଲାତି କରି ଇଂଲଣ୍ଡ ଯିବା ପାଇଁ ଆବଶ୍ୟକୀୟ ଅର୍ଥ ସଂଗ୍ରହ କରିପାରିଥିଲେ।
କିନ୍ତୁ ସେ ଇଂଲଣ୍ଡ ଯିବା ବଦଳରେ ଭାରତରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଗାନ୍ଧୀଙ୍କ ଆଦର୍ଶରେ ସେ ଅନୁପ୍ରାଣୀତ ହୋଇଥିଲେ ଏବଂ ଭାରତର ସ୍ବାଧୀନତା ସଂଗ୍ରାମରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ତାଙ୍କର ଦେଶ ସେବା ଦେଖି ଭାରତର ସାଧାରଣ ଜନତା ତାଙ୍କୁ ଲୌହ ମାନବ (Iron Man) ଆଖ୍ୟା ଦିଆଯାଇଥିଲା। ସେ ଗାନ୍ଦ୍ଧିଜୀଙ୍କୁ ବହୁତ ଭଲ ପାଉଥିଲେ ଏବଂ ଗାନ୍ଧୀଙ୍କର ବହୁତ ପ୍ରିୟ ଥିଲେ।
ଭାରତର ସ୍ବାଧୀନତା ପରେ ସର୍ଦାର ପଟେଲଙ୍କୁ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ରୂପେ ଏବଂ ଗୃହ ମନ୍ତ୍ରୀ ରୂପେ ନିଯୁକ୍ତ କରଯାଇଥିଲା କିନ୍ତୁ ସର୍ଦାର ପଟେଲଙ୍କ ସହ ସବୁବେଳେ ଜବାହାରଲାଲ୍ ନେହେରୁଙ୍କ ସହ ମତଭେଦ ରହୁଥଲା। ଥରେ ସର୍ଦାର ପଟେଲ ଓ ନେହେରୁଙ୍କ ମଧ୍ୟରେ ଏତିକି ପରିମାଣର ଯୁକ୍ତିତର୍କ ହୋଇଯାଇଥିଲା ଯେ ସେ ନିଜର ପଦବୀରୁ ଇସ୍ତଫା ଦେବାକୁ ଚାହୁଁଥିଲେ କିନ୍ତୁ ମହାତ୍ମା ଗାନ୍ଧୀଙ୍କ କହିବା ପରେ ସେ ନିଜର ପଦବୀରୁ ଇସ୍ତଫା ପ୍ରଦାନ ଦେଇ ନ ଥିଲେ ଏବଂ ନିଜର ସମସ୍ତ ଜୀବନକୁ ସେ ଭାରତର ସାମୂହିକ କଲ୍ୟାଣ ପାଇଁ ଉତ୍ସର୍ଗ କରିଦେଇଥିଲେ।
0 Comments