Interesting things about Balmiki Rushi in Odia.
Balmiki Rushi is an ancient saint of India and pure saint who wrote whole 'Ramayan'. There are many unbelievable story of Balmiki Rushi and his spiritual knowledges and strength. So let's know some Interesting things about Balmiki Rushi in Odia.
ବାଲ୍ମୀକି ଋଷି:
ଆଶ୍ଵିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ରେ ଭାରତରେ ଆଦି କବି ବାଲ୍ମୀକି ଜୟନ୍ତୀ ପାଳିତ ହୋଇଥାଏ। ଋଷି ବାଲ୍ମୀକି ହିଁ ପ୍ରଥମେ ସଂସ୍କୃତି ଭାଷାରେ 'ରାମାୟଣ' ଲେଖିଥିଲେ ଓ ଏହି କାରଣରୁ ତାଙ୍କୁ ଭାରତର 'ଆଦି କବି' କୁହାଯାଏ। ବାଲ୍ମୀକି ଋଷିଙ୍କ କୈାଣସି ନିର୍ଦ୍ଦିଷ୍ଟ ପରିଚୟପତ୍ରର ତଥ୍ୟ ବା ପ୍ରମାଣ ମିଳିନାହିଁ। କେବଳ କାହାଣୀ ଓ ବିଭିନ୍ନ କିଂବଦନ୍ତିରେ ତାଙ୍କର ଅତିତକୁ 'ଦସ୍ୟୁ ରତ୍ନାକର' ନାମରେ ପରିଚିତ।
ତାଙ୍କର ଉଲ୍ଲେଖ ତିନି ଯୁଗ ଯଥା- ସତ୍ୟଯୁଗ, ତ୍ରେତୟା ଯୁଗ ଓ ଦ୍ଵାପର ଯୁଗରେ ମିଲେ। ସେ ଥିଲେ ଶ୍ରୀ ରାମଚନ୍ଦ୍ରଙ୍କ ସମକାଳୀନ। 'ରାମଚରିତ ମାନସ' ଅନୁଯାୟୀ ରାମଚନ୍ଦ୍ରଙ୍କ ବନବାସ କାଳରେ ଋଷି ବାଲ୍ମୀକି ତାଙ୍କ ଆଶ୍ରମରେ ସେ ପ୍ରଭୁ ରାମଚନ୍ଦ୍ରଙ୍କ ଚରଣ ବନ୍ଦନା କରି କହିଥିଲେ ଯେ- ' ଆପଣ, ତିନି ଲୋକକୁ ଜାଣିଥିବା ତ୍ରିକାଳ ଦର୍ଶୀ; ଆପଣ ସ୍ୱୟଂ ପ୍ରଭୁ ଅଟନ୍ତି।' ତେଣୁ, ବାଲ୍ମୀକିଙ୍କୁ ଈଶ୍ଵରଙ୍କ ରୂପ ଭାବେ ଗ୍ରହଣ କରାଯାଇଛି।
ଶ୍ରୀ ରାମଚନ୍ଦ୍ର ଯେତେବେଳେ ପତ୍ନୀ ସୀତାଙ୍କ ପରିତ୍ୟାଗ କରିଥିଲେ ସେହି ସମୟରେ ଆସି ବାଲ୍ମୀକିଙ୍କ ଠାରେ ଆଶ୍ରୟ ନେଇଥିଲେ। ଏହି କାରଣରୁ ସେ ଶ୍ରୀ ରାମଚନ୍ଦ୍ରଙ୍କ ଜୀବନର ସମସ୍ତ ଘଟଣା ସହ ଭଲଭାବରେ ପରିଚିତ ହୋଇଥିଲେ ଓ ସମସ୍ତ ଘଟଣା ଜାଣିଥିଲେ।
ମହାଭାରତରେ ମଧ୍ୟ ବାଲ୍ମୀକି ଋଷିଙ୍କ ଉଲ୍ଲେଖ ରହିଛି। କୁରୁକ୍ଷେତ୍ର ଯୁଦ୍ଧର ପରିସମାପ୍ତି ପରେ ଦ୍ରୌପଦୀ ଯଜ୍ଞର ଆୟୋଜନ କରିଥିଲେ କିନ୍ତୁ ଯଜ୍ଞର ବିଫଳ ହୋଇଥିଲା। କାରଣ ଉକ୍ତ ଯଜ୍ଞକୁ ଋଷି ମାନଙ୍କର ଋଷି ବାଲ୍ମୀକି ଋଷିଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଯଜ୍ଞ ବାରମ୍ବାର ବିଫଳ ହେବାରୁ ଶ୍ରୀ କୃଷ୍ଣ ଦ୍ରୌପଦୀଙ୍କୁ ଋଷି ବାଲ୍ମୀକିଙ୍କୁ ନିମନ୍ତ୍ରଣ କରିବା ପାଇଁ କହିଥିଲେ। ଦ୍ରୌପଦୀ ସଙ୍ଗେ ସଙ୍ଗେ ଋଷି ବାଲ୍ମୀକିଙ୍କୁ ଯଜ୍ଞରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ ଏବଂ ଋଷି ବାଲ୍ମୀକି ମଧ୍ୟ ମାନିଯାଇଥିଲେ। ଋଷି ବାଲ୍ମୀକିଙ୍କ ଯଜ୍ଞରେ ଯୋଗଦେବା କ୍ଷଣେ ହିଁ ଯଜ୍ଞ ସ୍ଥଳୀରେ ଥିବା ଶଙ୍ଖ ଆପେ ଆପେ ବାଜି ଉଠିଲା। ଏହି ପ୍ରସଙ୍ଗରେ ସନ୍ଥ କବିର୍ ଲେଖିଛନ୍ତି: 'ସୁପଚ୍ ରୁପଧାର ସତଗୁରୁ ଜି ଆଏ। ପାଣ୍ଡୋଁ କେ ଯଜ୍ଞ ମେଁ ଶଙ୍ଖ ବଜାଏ।'
0 Comments