Jai Rajguru Untold Legend of Odisha: Odia Biography

Jai Raj Guru Untold Legend of Odisha: Odia Biography

Jai Rajguru is a great and honourable freedom fighter of Odisha. Jai Raj Guru was the cheaf commander of King Gajapati Maharaj, and Jai Raj Guru always against the Britishers, and in ending moment British Government kill him in hanging a benian tree.

Jai Rajguru Untold Legend of Odisha: Odia Biography
jai-rajguru-untold-legend-of-odisha-odia-biography

ଜୟୀ ରାଜଗୁରୁ: (Jai Raj Guru)

ଜୟୀ ରାଜଗୁରୁ ହେଉଛନ୍ତି ଓଡ଼ିଶାର ଏପରି ଏକ ସ୍ୱାଧିନତା ସଂଗ୍ରାମୀ ଯାହାଙ୍କୁ ନେଇ ସମଗ୍ର ଓଡ଼ିଶା ବୀର ମାଟି ଆଜି ଗର୍ବିତ। ତାଙ୍କର ଜୀବନର ସଂଘର୍ଷ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଥିଲା ଓ ସେ ଥିଲେ ଓଡ଼ିଶାର ଗଜପତି ମହାରାଜାଙ୍କ ସେନିଧିମୁଖ୍ୟ। ତ ତେବେ ଚାଲ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ବିଷୟରେ କିଛି ଆଲୋଚନା କରିବା।


ଜୟୀ ରାଜଗୁରୁ ଅକ୍ଟୋବର ୨୯ ତାରିଖ ଦିନ ପୁରୀ ଅନ୍ତର୍ଗତ ବୀରହରେକୃଷ୍ଣ ପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ୬ ଡିସେମ୍ବର ୧୮୦୬ ମସିହାରେ ତାହାଙ୍କୁ ଇଂରେଜ ସରକାର ଗିରଫ କରି ହତ୍ୟା କରିଥିଲା। ତାଙ୍କର ସଂପୂର୍ଣ୍ଣ ନାମ ହେଉଛି ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଏବଂ ସେ ଜାତିରେ ବ୍ରାହ୍ମଣ ଥିଲେ। ବାପାଙ୍କ ନାମ ଥିଲା ଚନ୍ଦ୍ର ରାଜଗୁରୁ ଓ ମାତାଙ୍କ ନାମ ଥିଲା ହାରାମଣି ଦେବୀ। ଜେଜେବାପା ଥିଲେ ଗଦାଧର ରାଜଗୁରୁ ଓ ସେ ଥିଲେ ସଂସ୍କୃତ ପଣ୍ଡିତ ଓ ତନ୍ତ୍ର ସାଧକ। ଜୟୀ ରାଜଗୁରୁ ମଧ୍ୟ ବହୁତ ଶିକ୍ଷା ଗ୍ରହଣ କରିଥିଲେ।


୧୭୭୯ ମସିହାରେ ବଡମ୍ବା ଗଡଠାରେ ଗଜପତି ମହାରାଜା ଏବଂ ମରାଠା ମାନଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା ଏବଂ ଏହି ଯୁଦ୍ଧରେ ଗଜପତି ମହାରାଜାଙ୍କ ସେନିଧିମୁଖ୍ୟ ନରସିଂହ ରାଜଗୁରୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଜୟୀ ରାଜଗୁରୁଙ୍କ ଗଜପତି ସେନାର ସେନାପତି କରାଗଲା। ୧୭୮୦ ମସିହାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ମୁଖ୍ୟ ମନ୍ତ୍ରୀ ତଥା ରାଜଗୁରୁ ଭାବେ ନିଯୁକ୍ତି ଦେଇଥିଲେ। 


୧୭୬୫ ମସିହାରେ ବ୍ରିଟିଶ୍ ମାନେ ଆନ୍ଧ୍ରପ୍ରଦେଶର ଏକ ଅଂଶ ଅଧିକାର କରି ଗଂଜାମ ମଧ୍ୟକୁ ପ୍ରବେଶ କରିବା ସହ ଏକ ଦୁର୍ଗ ନିର୍ମାଣ କରିଥିଲେ। ତାହାର ବହୁ ପୂର୍ବରୁ ମେଦୀନପୁର ଇଂରେଜମାନେ ଅଧିକାର କରି ସାରିଥିଲେ। ଗଂଜାମ ଓ ମେଦିନୀପୁର ଜାତାୟାତ ରାସ୍ତା କୁ ଅଧିକାର କରିବା ଥିଲା ଇଂରେଜ ମାନଙ୍କ ଲକ୍ଷ୍ୟ। ୧୭୯୮ ରେ ଗଜପତି ମହାରାଜାଙ୍କ ପ୍ରଜା ପ୍ରପୀଡକ ଭାଇ ଶ୍ୟାମ ସୁନ୍ଦର ଦେବଙ୍କ ସହାୟତାରେ ଇଂରେଜ ମାନେ ଖୋର୍ଦ୍ଧା କୁ ଆକ୍ରମଣ କଲେ।  ଠିକ୍ ଏହି ସମୟରେ ଗଜପତି ମହାରାଜାଙ୍କ ଅକାଳ ବିୟୋଗ ହୋଇଯାଇଥିଲା କିନ୍ତୁ ସେ ସମଗ୍ର ସେନା ଓ ରାଜ୍ୟର ଭାର ତୁଳାଇଥିଲେ। ସେ ଇଂରେଜ ମାନଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ଗଜପତି ମହାରାଜାଙ୍କ ସିଂହାସନରେ ସେ ଗଜପତି ମହାରାଜାଙ୍କ ନାବାଳକ ପୁତ୍ର ଦ୍ଵିତୀୟ ମୁକୁନ୍ଦଦେବ ଙ୍କୁ ବସାଇଥିଲେ।



ବ୍ରିଟିଶ ଓ ଗଜପତି ମଧ୍ୟରେ ଗୋଟିଏ ଚୁକ୍ତି ହୋଇଥିଲା ଯେ ଯଦି ବ୍ରିଟିଶ ମାନଙ୍କୁ ଗଂଜାମ ଓ ମେଦିନୀପୁର ରାସ୍ତାରେ ଜାତାୟତ କରିବାକୁ ହେଲେ ଇଂରେଜ ମାନଙ୍କ ଖୋର୍ଦ୍ଧା ରାଜକୋଷକୁ ଏକ ଲକ୍ଷ ଟଙ୍କା ଓ ଚାରୋଟି ପ୍ରଗଣା ଫେରାଇବାକୁ ହବ। କିନ୍ତୁ ଇଂରେଜମାନେ ଏହା ମାନି ନ ଥିଲେ। ୧୯୦୩ ମସିହାରେ ଜୟୀ ରାଜଗୁରୁ ପ୍ରାୟ ଦୁଇ ହଜାର ସଶସ୍ତ୍ର ପାଇକମାନଙ୍କୁ ନେଇ କଟକ ରେ ଥିବା ବାରବାଟି ଦୁର୍ଗକୁ ଘେରାଉ କରିଥିଲେ। ସେଠାରେ ଥିବା ବ୍ରିଟିଶ ପ୍ରଶାସକ ତାଙ୍କୁ ୪୦.୦୦୦ ଟଙ୍କା ପ୍ରଦାନ କରିଥିଲେ। ସେଠାରେ ଫେରିବା ପରେ ଜୟୀ ରାଜଗୁରୁ ନିଜ ବଳ ମାଧ୍ୟମରେ ସେ ୪ଟି ଜାକ ପ୍ରଗଣା ହାସଳ କରିଥିଲେ। 


ଓଡ଼ିଶାକୁ ଇଂରେଜ ଶାସନ ଠାରୁ ମୁକ୍ତ କରିବା ଥିଲା ଜୟୀ ରାଜଗୁରୁଙ୍କ ଆଗାମୀ ଲକ୍ଷ୍ୟ। କିନ୍ତୁ ଜୟୀ ରାଜଗୁରୁ ସଫଳ ହୋଇନଥିଲେ। ୧୮୦୫ ମସିହା ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା ଏବଂ ଇଂରେଜ ମାନେ ଜୟୀ ରାଜଗୁରୁଙ୍କ ଏକ ବାର୍ତ୍ତା ବାହାରକୁ ଗିରଫ କରିଥିଲେ ଏବଂ ଜୟୀ ରାଜଗୁରୁଙ୍କ ସମସ୍ତ ଗୁପ୍ତ ସ୍ଥାନର ଓ ବିଷୟରେ ଜାଣି ନେଇଥିଲେ। ୩ ଜାନୁଆରୀ ୧୮୦୫ ମସିହାରେ ଇଂରେଜମାନେ ଜୟୀ ରାଜଗୁରୁଙ୍କ ବନ୍ଦୀ କରିଥିଲେ ଏବଂ ୬ ଡିସେମ୍ବର ୧୮୦୬ ମସିହାରେ ମେଦିନୀପୁର ବାଘିତୋଟାର ଏକ ବରଗଛଟିରେ ଝୁଲାଇ ବହୁତ ଖରାପ ଭାବେ ହତ୍ୟା କରାଯାଇଥିଲା।


Post a Comment

0 Comments