First Indian Female Prisoner: Kamaladevi Chattopadhyay
Kamaladevi Chattopadhyay is the first female prisoner of India who arrested by British Government during Independence Revolution in India, and also a female freedom fighter and social reformer. So let's know about the female legend of India in Odia language.
first-indian-female-prisoner-kamaladevi-chattopadhyay |
କମଲା ଦେବୀ ଚଟ୍ଟୋପାଧ୍ୟାୟ:
କମଲା ଦେବୀ ଚଟ୍ଟୋପାଧ୍ୟାୟ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ ଏବଂ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ଶୈଶବରେ ମହାଦେବ ରାନଡେ୍, ଗୋପାଳ କୃଷ୍ଣ ଗୋଖଲେ, ଆନି ବେସାନ୍ତ ଆଦି ମହାନ ମଣିଷମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ସେ ସ୍ୱଦେଶୀ ଆନ୍ଦୋଳନରେ ଯୋଗ ଦେଇଥିଲେ। କମଲା ଦେବୀଙ୍କୁ ମାତ୍ର ଚଉଦ ବର୍ଷ ବୟସରେ ବାଲ୍ୟ ବିବାହ ହୋଇଥିଲା। କିନ୍ତୁ ବିବାହର ଦୁଇ ବର୍ଷ ପରେ ତାଙ୍କର ସ୍ୱାମୀଙ୍କ ଅକାଳ ବିୟୋଗ ଫଳରେ ସେ ବାଲ୍ୟ ବିଧବା ହୋଇଯାଇଥିଲା। ଯେତେବେଳେ ତାଙ୍କୁ ୨୦ ବର୍ଷ ବୟସ ହୋଉଥିଲା, ସେ ସମୟରେ ସମାଜରେ ପ୍ରଚଳିତ ପ୍ରଥାର ବିରୋଧରେ ଯାଇ, ସରୋଜିନୀ ନାଇଡୁଙ୍କ ବଡ଼ ଭାଇ ହରିନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ ସହିତ ବିବାହ କରିଥିଲେ। କିନ୍ତୁ ବିବାହ ଚିରକାଳସ୍ଥାୟୀ ହୋଇ ରହିନଥିଲା ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। କମଲା ଦେବୀ ବହୁତ ଭଲ ଅଭିନୟ ମଧ୍ୟ କରୁଥିଲେ। ସେ ଜଣେ ବହୁତ କଳା ପ୍ରେମୀ ଥିଲେ ଓ ଅନେକ ଗୁଡ଼ିଏ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ।
୧୯୩୦ ମସିହାରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ପରିସରରେ ସେ ବେଆଇନ ଭାବେ ଲୁଣ ବିକ୍ରି କରୁଥିବାରୁ ତାଙ୍କୁ ଏହି ଅପରାଧ ପାଇଁ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଇନ ଭଙ୍ଗକରି ଗିରଫ ହୋଇଥିବା ପ୍ରଥମ ମହିଳା ହେଉଛନ୍ତି କମଲା ଦେବୀ। ୧୯୩୬ ମସିହାରେ ସେ କଂଗ୍ରେସ ସୋସିଆଲିଷ୍ଟ୍ ର୍ପାଟି ର ସଭାନେତ୍ରୀ ପଦ ପଦବୀରେ ଅବସ୍ଥାପିତ ହୋଇଥିଲେ। କମଲା ଦେବୀ ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ମୀନୁ ମସାନୀ ଆଦି ବିଭିନ୍ନଙ୍କ ସହିତ କାମ କରିଛନ୍ତି।
କମଲା ଦେବୀ ମହିଳାମାନଙ୍କ ସଶକ୍ତିକରଣ ପାଇଁ ବହୁ ସଂଗ୍ରାମ କରିଥିଲେ। କମଲା ଦେବୀ ଥିଲେ ଜଣେ ସମାଜବାଦୀ ଓ ନାରୀବାଦୀ ମହିଳା ନେତା ଓ ସଂଗ୍ରାମୀ। ମହିଳାଙ୍କ ଅଧିକାରକୁ ସେ ସର୍ବାଧିକ ଗୁରୁତ୍ବ ଦେଇଥିଲେ। ମହାତ୍ମା ଗାନ୍ଧୀ ଯେତେବେଳେ ଦାଣ୍ଡୀ ଯାତ୍ରାରେ ମହିଳାମାନଙ୍କୁ ଯିବାପାଇଁ ମନା କରିଥିଲେ ସେ ଏହି ସମୟରେ ଗାନ୍ଧିଜୀଙ୍କ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଭାରତର ସ୍ୱାଧୀନତା ହାସଲ ପରେ ସେ ଭାରତୀୟ କୁଟିର ଶିଳ୍ପ, ହସ୍ତତନ୍ତ ମଞ୍ଚକଳା ଆଦିର ଉନ୍ନତି ନିମିତ୍ତ ସେ ଅନେକ କାମ କରିଛନ୍ତି। ମହିଳାମାନଙ୍କ ଆର୍ଥିକ ଅବସ୍ଥା ଦୂରୀକରଣ ନିମନ୍ତେ ସେ ସମବାୟ ଆନ୍ଦୋଳନ ଆରମ୍ଭ କରିଥିଲେ। ୧୯୮୮ ମସିହା ଅକ୍ଟୋବର ୨୯ ତାରିଖ ଦିନ ମୁମ୍ବାଇ, ମହାରାଷ୍ଟ୍ରର ଠାରେ ସେ ଇହଧାମ କୁ ଛାଡି ଚାଲିଯାଇଥିଲେ।
0 Comments