Indra Gandhi Death Story In Odia: ଇନ୍ଦିରା ଗାନ୍ଧୀଙ୍କ ହତ୍ୟା

Indira Gandhi Death Story in Odia

Indira Gandhi is the first female prime minister of India, and her work and glory for nation is incomparable, and she sacrifices herself for nation pride. In 31 October 1984 she was murdered by her bodyguard, so let's take about that black night 'Indra Gandhi Death Story' in odia.

Indra Gandhi Death Story in Odia
indra-gandhi-death-story-in-odia

ଇନ୍ଦିରା ଗାନ୍ଧୀ:

ଇନ୍ଦିରା ଗାନ୍ଧୀ (Indira Gandhi) ହେଉଛନ୍ତି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ସେ ନିଜର ଜୀବନକୁ ଏହି ଭାରତର ଉନ୍ନତି ନିମିତ୍ତ ବଳିଦାନ ଦେଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ୧୯ ନଭେମ୍ବର ୧୯୧୭ ହୋଇଥିଲା ଏବଂ ୩୧ ଅକ୍ଟୋବର ୧୯୮୪ ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଭାରତର ଜନସାଧାରଣ ଇନ୍ଦିରା ଗାନ୍ଧୀଙ୍କ ଦେଶ ଓ ଲୋକଙ୍କ ପ୍ରତି ସ୍ନେହ ମମତା ଦେଖି ତାଙ୍କୁ 'ଇନ୍ଦିରା ମାଆ' (Mother Indira) ଡାକୁଥିଲେ। ଓଡ଼ିଶାକୁ ଆସି ସେ ୩୦ ଅକ୍ଟୋବର ୧୯୮୪ ସନ୍ଧ୍ୟା ସମୟରେ ସେ ପୁଣି ଦିଲ୍ଲୀ କୁ ଫେରି ଯାଇଥିଲା। 


ସାଧାରଣତଃ ପ୍ରତ୍ୟେକ ଦିନ ସକାଳ ୮ ଟାରେ ,୧, ସଫଦରଜଂଗ ବାସଭବନରେ ସେ ଦେଶ ବିଦେଶର ଅତିଥିମାନଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ୩୧ ଅକ୍ଟୋବର ସେ ସାକ୍ଷାତ ନଦେଇ ସେହିଦିନ ବିଶ୍ରାମ ନେବାକୁ ଚାହିଁଥିଲେ। କିନ୍ତୁ ସେ ବିଶ୍ରାମ ମଧ୍ୟ ନ କରି ଦିଲ୍ଲୀର ଅକବର୍ ରୋଡରେ ଥିବା ବାସଭବନକୁ ବିବିସିର ପିଟର୍ ଉସ୍ତିନୋଭ୍ ସହିତ ସାକ୍ଷାତ କରିବାକୁ ଚାଲି ଚାଲି ବାହାରିଥିଲେ। ସେ ଅକବର୍ ରୋଡରେ ଥିବା ବାସଭବନର ବଗିଚା ସଫା କରିବା ପାଇଁ କହିଥିଲେ।


୧, ସଫଦରଜଂଗ ଓ ଅକବର୍ ରୋଡ ମଧ୍ୟରେ ପାଦ ଚାଳ ଦୂରତା ରହିଛି। ଏହି ଦୂରତା ମଧ୍ୟରେ ରହିଛି ଗୋଟିଏ ଫାଟକ ଏବଂ ସେ ଫାଟକ ଆଡ଼କୁ ଦେଖିଲେ ସେଠାରେ ଥିଲେ ଇନ୍ଦିରାଙ୍କ ଦୁଇଟି ମୁଖ୍ୟ ସୁରକ୍ଷା କର୍ମୀ। ସେମାନେ ଇନ୍ଦିରା ଗାନ୍ଧୀଙ୍କୁ ସେଲ୍ୟୁଟ କଲେ ଓ ଇନ୍ଦିରା ମଧ୍ୟ ନମସ୍ତେ କହିଥିଲେ। ଏହାପରେ ସୁରକ୍ଷା କର୍ମୀ ବିୟନ୍ତ ସିଂ (Biyant Singh) ନିଜ ବନ୍ଧୁକରୁ ଇନ୍ଦିରା ଗାନ୍ଧୀଙ୍କୁ ଗୁଳି କରିଥିଲେ ଏବଂ ତା ପରେ ଅନ୍ୟ ଏକ ସୁରକ୍ଷା କର୍ମୀ ସତୱନ୍ତ ସିଂ (Satwanth Singh) ନିଜ ଷ୍ଟେନ୍ ଗନ୍ ରୁ ଇନ୍ଦିରାଙ୍କୁ ଗୁଳି କରିଥିଲା। ଫଳରେ ଘଟଣାସ୍ଥଳରେ ଇନ୍ଦିରା ଗାନ୍ଧୀ ଟଲିପଡିଥିଲେ। ଇନ୍ଦିରା ଗାନ୍ଧୀଙ୍କୁ ସଙ୍ଗେ ସଙ୍ଗେ ଏମସ୍ ହସ୍ପିଟାଲରେ (AIMS HOSPITAL) ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ଇନ୍ଦିରା ଗାନ୍ଧୀଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥଲେ କିନ୍ତୁ ବିଫଳ ହୋଇ ଅପରାହ୍ନ ଚାରିଟା ବେଳକୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Post a Comment

0 Comments