Nagarjun Besha of Lord Jagannath: know full story about Nagarjun Besha of Lord Jagannath

Nagarjun Besha of Lord Jagannath: know full story about Nagarjun Besha of Lord Jagannath
nagarjun-besha-of-lord-jagannath-know-full-history-about-nagarjun-besha


Nagarjun Besha of Lord Jagannath: Know full story about Nagarjun Besha.

After 26 year later in this year 2020 the Lord Jagannath will be look in 'Nagarjun Besha'. This is a big holy festival in all Odisha. After a long time waiting Odisha worship ti Nagarjun Besha of Lord Jagannath, first time in history you can find to look another from of Lord Jagannath in 'Nagarjun Besha'. Let's know about the story and history behind this holy spirit festival 'Nagarjun Besha of Lord Jagannath full story' in Odia language.


ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ (Nagarjun Besha of Lord Jagannath):

ଶ୍ରୀକ୍ଷେତ୍ରରେ ପୁରୀରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ରେ ଅନୁଷ୍ଠିତ ହୋଇଥାଏ ଶ୍ରୀ ଜଗନ୍ନାଥଙ୍କର ଦୁର୍ଲଭ ନାଗାର୍ଜୁନ ବେଶ। ଏହି ପର୍ବ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ଏବଂ ସାରା ଓଡ଼ିଶାରେ ଏହି ପାଞ୍ଚଦିନ କୁ 'ପଞ୍ଚକ' ରୁପେ ପାଳନ କରିଥାନ୍ତି। କିନ୍ତୁ ଯେଉଁ ବର୍ଷ ଏହି ପଞ୍ଚକ ଦିନରେ ଗୋଟିଏ ଦିନ ଅଧିକ ହୋଇଯାଏ ତେବେ ସେହି ବର୍ଷ ଶ୍ରୀ ଜଗନ୍ନାଥଙ୍କ ଏହି ନାଗାର୍ଜୁନ ବେଶ ଦେଖିବାକୁ ମିଳିଥାଏ। ଏବର୍ଷ ଓଡ଼ିଆ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେବ କାରଣ ୨୬ ବର୍ଷ ପରେ ଏବର୍ଷ ୨୦୨୦ ର କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିବାକୁ ମିଳିବ। ଯେଉଁ ବେଶ ଦେଖିବାକୁ ବହୁତ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ। ତେବେ ଚାଲ ଶ୍ରୀ ଜଗନ୍ନାଥଙ୍କ ଏହି ନାଗାର୍ଜୁନ ବେଶ ସଂପର୍କ ବିଷୟରେ କିଛି ଜାଣିବା।


ଶ୍ରୀ ଜଗନ୍ନାଥଙ୍କ ବର୍ଷର ବାରମାସ ଅନୁସାରେ ବାରଗୋଟି ନାମ ରହିଛି। ଏବଂ ଏହା ଅନୁଯାୟୀ କାର୍ତ୍ତିକ ମାସରେ ଶ୍ରୀ ଜଗନ୍ନାଥଙ୍କ ନାମ 'ଦାମୋଦର' ହୋଇଥାଏ। ତେଣୁକରି ଆଶ୍ଵିନ ମାସର ଶୁକ୍ଳପକ୍ଷ ଏକାଦଶୀ ଠାରୁ ଆରମ୍ଭ କରି କାର୍ତ୍ତିକ ମାସର ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପୁରାମାସ ଶ୍ରୀ ଜଗନ୍ନାଥଙ୍କ ଦାମୋଦର ବେଶ ଦେଖିବାକୁ ମିଳିଥାଏ। କିନ୍ତୁ ଏହି ବେଶର ଥିବା ସମୟରେ ହିଁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିବାକୁ ମିଳିଥାଏ। ଶ୍ରୀ ଜଗନ୍ନାଥଙ୍କ ଏହି ନାଗାର୍ଜୁନ ବେଶ ତାଙ୍କର ଏକ 'ଯୋଦ୍ଦା' ବେଶ ରୁପରେ ବର୍ଣ୍ଣନା କରାଯାଇଥାଏ।


ଏହି ପ୍ରସଙ୍ଗରେ ଉଲ୍ଲେଖ ଅଛି ଯେ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀ ରେ ଶିଶୁପାଳ ରୁକ୍ମିଣୀ ହରଣ କରିବାକୁ ଆସିଥିଲା। କିନ୍ତୁ ଶ୍ରୀ ଜଗନ୍ନାଥଙ୍କ ଶିଶୁପାଳଙ୍କ ସହ ଯୁଦ୍ଧ କରି ତାକୁ ଯୁଦ୍ଧରେ ପରାସ୍ତ କରିଥିଲେ ଏବଂ ଶିଶୁପାଳକୁ ବନ୍ଦୀ କରାଯାଇଥିଲା। ଏବଂ ଏହି ସମୟ ପଞ୍ଚକର ମଳ ତିଥିରେ ହେଉଥିଲା ଓ ଶ୍ରୀ ଜଗନ୍ନାଥ ନାଗାର୍ଜୁନ ବେଶ ଧାରଣ କରିଥିଲେ।


ପୌରାଣିକ ଉଲ୍ଲେଖ ଅନୁଯାୟୀ, ଏକଦା ନର୍ମଦା ନଦୀ କୂଳରେ ଅବସ୍ଥିତ ହୈହୟ ରାଜ୍ୟର ରାଜା କୃତବୀର୍ଯ୍ୟଙ୍କର ପୁତ୍ର କାର୍ତ୍ତବୀର୍ଯ୍ୟ ଏବଂ ତାଙ୍କର ଅନ୍ୟ ନାମ ଥିଲା 'ଅର୍ଜୁନ'। ସେ ଦତ୍ତାତ୍ରେୟଙ୍କୁ ସେବାରେ ସନ୍ତୁଷ୍ଟ କରି 'ସହସ୍ରବାହୁ' ହୋଇଥିଲେ। ଫଳରେ ତାଙ୍କର ନାମ ହୋଇଥିଲା 'ସହସ୍ରାର୍ଜୁନ'। ସହସ୍ରାର୍ଜୁନ ଥରେ ଜଗଦଗ୍ନି ଋଷିଙ୍କ ଆଶ୍ରମରେ ଆକ୍ରମଣ କରିଥିଲା ଏବଂ ଋଷି ଜଗଦଗ୍ନିଙ୍କୁ ହତ୍ୟା କରିଥିଲା ଏବଂ ଏହି କାରଣରୁ ଜଗଦଗ୍ନିଙ୍କ ପୁତ୍ର ପର୍ଶୁରାମ ନାଗା ରୁପରେ ସହସ୍ରାର୍ଜୁନ ସହ ଯୁଦ୍ଧକରି ଶେଷରେ ତାକୁ ଯୁଦ୍ଧରେ ପରାସ୍ତ କରିଥିଲେ ଓ ନିହତ କରିଥିଲେ। ଏ‌ହା ଫଳରେ ପର୍ଶୁରାମ ଅବତାର ପୃଥିବୀର ପିପକୁ କମ୍ କରିଦେଇଥିଲା। ଏହି ସହସ୍ରାର୍ଜୁନର ଅନ୍ତ ପଞ୍ଚକର ମଳ ତିଥିରେ ହୋଇଥିବାରୁ ଶ୍ରୀ ଜଗନ୍ନାଥ ଏହି ତିଥିରେ 'ନାଗାର୍ଜୁନ' ବେଶ ବା 'ଯୋଦ୍ଦା'ବେଶ ଧାରଣ କରିଥାନ୍ତି।

Post a Comment

0 Comments