Pramod Garden of Germany: ପ୍ରମୋଦ ଉଦ୍ୟାନ ଜର୍ମାନୀ

Pramod Garden of Germany

Pramod Garden of Germany is one of the famous garden around world, because this garden has in a Neculear Plant which have been permanently closed long ago, so let's take some knowledges about the Pramod Garden of Germany in Odia.


Pramod Garden Germany
pramod-garden-germany


ପରମାଣୁ ରିଆକ୍ଟର ପ୍ଲାନ୍ ରେ ପ୍ରମୋଦ ଉଦ୍ୟାନ:

ଜର୍ମାନୀ ରେ ରହିଛି ଏକ ବହୁଦିନରୁ ଅଚଳ ଓ ବନ୍ଦ ପଡ଼ିଥିବା ଆଣବିକ ରିଆକ୍ଟର ଯାହାକି କେବଳ ମନୋରଂଜନ ପାଇଁ ଉଦ୍ଦିଷ୍ଟ କରାଯାଇଛି। କଲକର୍ ଠାରେ ୧୯୭୨ ରେ ଏକ ପରମାଣୁ ରିଆକ୍ଟର ଶକ୍ତି କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ସ୍ଥାନୀୟ ଆଦିବାସୀଙ୍କ ଘୋର ବିରୋଧ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏବଂ ବିଭିନ୍ନ କାରଣରୁ ଏହାର ନିର୍ମାଣ କାର୍ଯ୍ୟ ରେ ବିଲମ୍ବ ହୋଇଥିଲା ଏବଂ ଏହାର ନିର୍ମାଣ କାର୍ଯ୍ୟ ୧୦ ବର୍ଷ ପରେ ସମାପ୍ତ ହୋଇଥିଲା। କିନ୍ତୁ କାର୍ଯ୍ୟକ୍ଷମ ହୋଇପାରିନଥିଲା। ତେଣୁ ଉକ୍ତ ଆଣବିକ ରିଆକ୍ଟର ଟିକୁ ବନ୍ଦକରି ଦିଆଯାଇଥିଲା।


ପ୍ରାୟ ୪ ଶହ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ପରମାଣୁ ରିଆକ୍ଟର ପ୍ଲାନ୍ ପରିସରକୁ ସଂପୂର୍ଣ୍ଣ ବିପଦମୁକ୍ତ କରିବାକୁ ଲାଗିଥିଲା ଆହୁରି ଅଧିକ ୧୦ ବର୍ଷ। ପ୍ରାୟ ତିନି ବର୍ଷ ପରିତ୍ୟକ୍ତ ଅବସ୍ଥାରେ ଏହି ପରମାଣୁ ରିଆକ୍ଟର ପ୍ଲାନ୍ କୁ ୨୫ ଲକ୍ଷ ୟୁରୋ ବିନିମୟରେ କିଣିଥିଲେ, ଡଚ୍ ଶିଳ୍ପପତି 'ହେନି ଭାନ୍ ଡର୍ ମୋଷ୍ଟ୍'। ଏହି ସ୍ଥାନରେ ସେ ଖୋଲିଛନ୍ତି 'ୱାଣ୍ଡରଲାଣ୍ଡ୍ କଲକାର୍ ପ୍ରମୋଦ ଉଦ୍ୟାନ' (Wonderland Kalkar Pramod Garden)। ଏହା ହେଉଛି ଦୁନିଆର ଏକମାତ୍ର ଉଦ୍ୟାନ ଯାହା ଗୋଟିଏ ପରମାଣୁ ରିଆକ୍ଟର ପ୍ଲାନ୍ ଭିତରେ ତିଆରି କରାଯାଉଛି। ଏହିଠାରେ ୪ ଶହ ଶଯ୍ୟା ବିଶିଷ୍ଟ ଗୋଟିଏ ବଡ଼ ହୋଟେଲ ରହିଛି ଯେଉଁଠାରେ ପର୍ଯ୍ୟଟକ ଠିକ୍ ସେ ରହିପାରିବେ ଏବଂ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଅନୁପମ ବ୍ୟବସ୍ଥା କରାଯାଇଛି। ବାର୍ଷିକ ହାରାହାରି ପ୍ରାୟ ୬ ଲକ୍ଷ ପର୍ଯ୍ୟଟକ ଏହି ସ୍ଥାନକୁ ପରିଭ୍ରମଣ କରି ଆସିଥାନ୍ତି। 

Post a Comment

0 Comments