12 November World Pneumonia Day
12 November World Pneumonia Day celebrates around whole world according to order of World Health Organization (WHO). Every year thousands of children died due to pneumonia. Therefore WHO take a event around whole world to alert people about this dangerous disease. So let's have a look about this 12 November World Pneumonia Day in Odia.
12-november-world-pneumonia-day |
ବିଶ୍ଵ ନିମୋନିଆ ଦିବସ:
'ଜାତିସଂଘ' ଓ 'ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ' ଆନୂକୁଲ୍ୟରେ ପ୍ରତିବର୍ଷ ନଭେମ୍ବର ୧୨ ତାରିଖ ଦିନ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ 'ବିଶ୍ୱ ନିମୋନିଆ ଦିବସ'(World Pneumonia Day) ଏବଂ ଏହାର ଅନ୍ୟ ନାମ ହେଉଛି 'ବିଶ୍ଵ ଫୁସଫୁସ୍ ପ୍ରଦାହ ଦିବସ'। ନିମୋନିଆ ଏକ ଘାତକ ରୋଗ ଅଟେ। ଏହି ରୋଗ ଫଳରେ ପ୍ରତିବର୍ଷ ସାରା ବିଶ୍ବରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଶିଶୁ ମାନଙ୍କ ଜୀବନ ଅକାଳରେ ଚାଲିଯାଉଛି। ଏହି ନିମୋନିଆ ରୋଗରେ ପ୍ରତିବର୍ଷ ୧୫.୫ କୋଟି ଶିଶୁ ଆକ୍ରାନ୍ତ ହୋଉଛନ୍ତି କିନ୍ତୁ ଏହି ମାରାତ୍ମକ ରୋଗର ଚିକିତ୍ସା ସମ୍ଭବ ଅଟେ।
ନିମୋନିଆ ରୋଗ କରାଯାଉଥିବା ଦୁଇଟି ମୁଖ୍ୟ ଜୀବାଣୁକୁ ଦମଧ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଉପଲବ୍ଧ ଅଛି। ସମସ୍ତ ଏ ବାବଦରେ ଜାଣିବ ଓ ସଚେତନତା ହେବା ନିତ୍ୟାନ୍ତ ଆବଶ୍ୟକ। ଯେ କୌଣସି ବୟସରେ ନିମୋନିଆ ରୋଗ ହୋଇପାରେ କିନ୍ତୁ ଏହା ଶିଶୁ ମାନଙ୍କ କ୍ଷେତ୍ରରେ ଅଧିକ ପ୍ରଭାବ ପକାଇଥାଏ। ଏଥିପାଇଁ ଜୀବାଣୁ, ଭୂତାଣୁ, କବକ ଓ ପରଜୀବୀ ମୂଖ୍ୟ ରୁପେ ଦାୟୀ ଅଟନ୍ତି। ଶ୍ଵାସ କ୍ରିୟାରେ କଷ୍ଟ, ଛାତି କାଟିବା, ଶୁଷ୍କ କଫ ଓ ଜ୍ୱର ଆଦି ନିମୋନିଆର ମୁଖ୍ୟ ଲକ୍ଷଣ ଅଟେ। ଉଲ୍ଲେଖଯୋଗ୍ୟ ଯେ ବିଶ୍ଵର ମୋଟ୍ ଜନସଂଖ୍ୟାର ପ୍ରାୟ ୭% ପ୍ରତିଶତ ଲୋକେ ନିମୋନିଆ ରୋଗରେ ପୀଡିତ ଏବଂ ଚିକିତ୍ସା ଅଭାବରୁ ପ୍ରାୟ ୪୦ ଲକ୍ଷ ଶିଶୁ ମାନଙ୍କ ଓ ବୟସ୍କ ମାନଙ୍କର ପ୍ରାଣ ହରାଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି 'ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ' ପ୍ରତିବର୍ଷ ନଭେମ୍ବର ମାସର ୧୨ ତାରିଖ ଦିନ ବିଶ୍ଵରେ ବିଶ୍ଵ ନିମୋନିଆ ଦିବସ (World Pneumonia Day) ପାଳନ କରିବାପାଇଁ ଘୋଷଣା କରିଛି, ଯାହା ଫଳରେ ଜନସାଧାରଣ ଏହି ବିଷୟରେ ଅବଗତ ହୋଇପାରିବେ ଏବଂ ନିମୋନିଆ ରୋଗରୁ ନିଜର ଜୀବନକୁ ବଞ୍ଚାଇପାରିବେ।
0 Comments