Indian Goddess Maa Jagadhatri Devi

Indian Goddess 'Jagadhatri Devi'

Jagadhatri Devi is an Indian Goddess, and the symbol of power and save her worshipers and this is the an other form of Devi Durga, so let's now about Goddess 'Jagadhatri Devi' in odia language.


Indian Goddess Maa Jagadhatri Devi
indian-goddess-maa-jagadhatri-devi


Indian Goddess Devi Jagadhatri:

କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଅନୁଷ୍ଠିତ ହୁଏ ଜଗଦ୍ଧାତ୍ରୀ ପୂଜା। କୋଟି ସୂର୍ୟସମ ତେଜମୟୀ, ଶଙ୍ଖ, ଚକ୍ର ଓ ଧନୁ- ତିର ଧାରିଣୀ, ସିଂହ ବାହିନୀ ଦେବୀ ହେଉଛନ୍ତି ଦେବୀ ଜଗଦ୍ଧାତ୍ରୀ। ସ୍ୱାନାମ ଅନୁସାରେ ସେ ଏ ସଂସାରରେ ପାଳନ କର୍ତି ଦେବୀ। ଏହି ଦେବୀ ମହି ସମାର୍ଧିନି ଦୁର୍ଗା ମା ଙ୍କ ବେଶ ବା ଏକ ସ୍ୱରୂପ। ଏହି ଦେବୀ ସମନ୍ଧରେ ଏକ ପ୍ରାଚୀନ ଉପାଖ୍ୟାନ ରହିଛି।

ଦେବୀ ଦୁର୍ଗା ମହିଷାସୁର କୁ ବଧ କଲାପରେ , ଅଗ୍ନି, ବାୟୁ ବରୁଣ ଓ ଚନ୍ଦ୍ର ଦେବୀଙ୍କ ଶକ୍ତି ର ଉପହାସ କରିବାକୁ ଲାଗିଲେ, କାରଣ ଦେବୀ ସେମାନଙ୍କର ତେଜ ଓ ଅସ୍ତ୍ର ଗ୍ରହଣ କରିବାରୁ ମସିଶାସୁର କୁ ବଧ କରିପାରିଲେ। ତେଣୁ ଆମେ ହି ପକୃତ ଶକ୍ତିଧାରି। ଦେବୀଙ୍କୁ ଏହି ମନୋଭାବ ଆହତ କଳା ଓ ସେ ଦେବତା ଙ୍କ ଗର୍ବ ଭାଙ୍ଗିବା ପାଇଁ ଜଗଦ୍ଧାତ୍ରୀ ବେଶ ରେ ଉଭା ହେଲେ।


ଦେବୀ ଜଗଦ୍ଧାତ୍ରୀ ସେମାନଙ୍କ ଆଗରେ ଏକ ବିଡ଼ାଏ ତୃଣ ଗଛ ରଖି ପବନ ଦେବ ଙ୍କୁ ଉକ୍ତ ତ ତୃଣଗଛ କୁ ଉଡ଼ାଇ ନେବାକୁ କହିଲେ ଏବଂ ଅଗ୍ନି ଦେବ କୁ ତାହା ଭସ୍ମ କରିବା ପାଇଁ କହିଲେ, ମାତ୍ର ଦୁଇ ଜଣଯାକ ଅସଫଳ ହେଲେ, ଏବଂ ଦେବତା ଙ୍କ ଗର୍ବ ଦେବୀ ଜଗଦ୍ଧାତ୍ରୀ ଭାଙ୍ଗି ପକାଇଲେ। ଯେଉଁ ଶକ୍ତି ଦ୍ଵାରା ସେମାନେ ସଂସାରକୁ ପରିଚାଳନା କରୁଛନ୍ତି ସେ ସବୁ ହିଉଛି ମହା ମାୟାଙ୍କ ଅବଦାନ। ସେ ଏ ସଂସାର କୁ ଧାରଣ କରିଛନ୍ତି ଏବଂ ସେ ହେଉଛନ୍ତି ଦେବୀ ଜଗଦ୍ଧାତ୍ରୀ।


ତେଣୁ ସେହି ରୂପରେ ସେମାନେ ଦେବୀ ଜଗଦ୍ଧାତ୍ରୀଙ୍କୁ ପୂଜା ଓ ଉପାସନା, ତାଙ୍କର ପ୍ରକଟ କରିବାରେ ଆରମ୍ଭ କଲେ। ଏଥିରେ ଦେବୀଙ୍କର ଯେଉଁ ମୂର୍ତ୍ତି ପୂଜା କରାଯାଏ, ସେଥିରେ ଦେବୀଙ୍କର ବାହନ ସିଂହ ଏକ ହସ୍ତୀ ର ମସ୍ତକ କୁ ବିଦାରଣ କରୁଥିବା ଦେଖାଯାଏ। ଗଜ ଏଠାରେ ହେଉଛି ଅହଙ୍କାର ର ପ୍ରତୀକ। ଏହି ପୂଜା ପ୍ରଥମେ ଖ୍ରୀଷ୍ଟାବ୍ଦ ୧୭୫୫ କୃଷ୍ଣନଗର ର ରାଜା ମ‌ହା ଆଡ଼ମ୍ବର ଆୟୋଜନ କରିଥିଲେ। ପରବର୍ତ୍ତୀ କାଳରେ ରାମକୃଷ୍ଣ ପରମହଂସଙ୍କ ପତ୍ନୀ ସାରଦା ଦେବୀ ତାହା ପାଳନ କଲେ ଏବଂ କ୍ରମେ କ୍ରମେ ଏହା ବଙ୍ଗ ଓ ଓଡ଼ିଶାରେ ଲୋକପ୍ରିୟତା ହାସଲ କଲା।


Post a Comment

0 Comments