Dr. Hare Krishna Mahatab Father Of Odisha: ଡ଼ଃ. ହରେକୃଷ୍ଣ ମହତାବ ନବ ଓଡ଼ିଶାର ନିର୍ମାତା

Dr. Hare Krishna Mahatab Father Of Odisha

Dr. Hare Krishna Mahatab is the father of modern Odisha, he is the first and last prime minister of India, and the first president of Independent India. 21 November is his birthday, so let's talk about this 'Legend of Odisha in Odia.


Dr. Hare Krishna Mahatab Father Of Odisha
dr-hare-krishna-mahatab-father-of-odisha

ଡ଼ଃ. ହରେକୃଷ୍ଣ ମହତାବ

ନବ ଓଡ଼ିଶାର ନିର୍ମାତା ହେଉଛନ୍ତି ଉତ୍କଳ କେଶରୀ ଡ. ହରେ କୃଷ୍ଣ ମହତାବ। ତାଙ୍କ ଜନ୍ମ ୨୧ ନଭେମ୍ବର ୧୮୯୯ ରେ ହୋଇ ଥିବାବେଳେ ସେ ଜାନୁୟାର ୨, ୧୯୮୬ ରେ ଇହଧାମ ତ୍ୟାଗ କରି ଚାଲି ଯାଇଥିଲେ। ଓଡ଼ିଶାର ଉନ୍ନତି ପାଇଁ ହରେ କୃଷ୍ଣ ମହତାବଙ୍କ ଅତୁଳନୀୟ ଅବଦାନ ରହିଛି, ତେଣୁ ତାଙ୍କୁ ଉତ୍କଳ କେଶରୀ ବୋଲି ମଧ୍ୟ କୁହାଯାଏ।


ତାଙ୍କ ମାତା ଥିଲେ ଅଗରପଡା ଜମୀଦାରଙ୍କ କନ୍ୟା। ଅଜା ଜଗନ୍ନାଥ ମହତାବ ଶ୍ୟୈଶବରେ ହରେକୃଷ୍ଣ ମହତାବଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ। ପିଲାଦିନରୁ ହରେକୃଷ୍ଣ ମହତାବଙ୍କୁ ଶିକ୍ଷା ଗ୍ରହଣ ପ୍ରତି ବେଶି ଆଗ୍ରହ ଥିଲା ଓ ଉଚ୍ଚ ଶିକ୍ଷା ଲାଭ କରିବା ଥିଲା ତାଙ୍କ ଜୀବନର ମୂଳ ଲକ୍ଷ୍ୟ। କିନ୍ତୁ ପରିବାରର ଗୁରୁଜନମାନେ ଚାହୁଁଥିଲେ ସେ ପଢ଼ାରେ ସମୟ ନଷ୍ଟ ନ କରି ଜମିଦାରୀ ସମ୍ଭାଳନ୍ତୁ। ହେଲେ ସାମାନ୍ୟ ଇଂରାଜୀ ଶିକ୍ଷା ଗ୍ରହଣ କରି ସେ ସାରା ଜୀବନ ଜମିଦାରୀ କାମ କରିବାକୁ ଚାହୁଁ ନଥିଲେ। ତେଣୁ ସେ ପରିବାରର ବିରୋଧ ସ୍ୱତ୍ତେ ସେ ଉଚ୍ଚଶିକ୍ଷା ପାଇଁ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ।


କଲେଜ ଶିକ୍ଷା ଗ୍ରହଣ କରୁଥିବା ତାଙ୍କର ସାକ୍ଷାତ ହୋଇଥିଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ଏବଂ ତାଙ୍କ ଦ୍ୱାରା ଅଭିପ୍ରେରିତ ହୋଇ ହରେକୃଷ୍ଣ ମହତାବ ଭାରତର ସ୍ୱାଧୀନତା ସଂଗ୍ରାମର ଆନ୍ଦୋଳନରେ ଝାସ ଦେଇଥିଲେ। ହରେକୃଷ୍ଣଙ୍କୁ ଶିକ୍ଷା ଗ୍ରହଣ ବ୍ୟତୀତ ସଙ୍ଗୀତ ରେ ମଧ୍ୟ ରୁଚି ରଖିଥିଲେ ଏବଂ ବିଧିବଦ୍ଧ ଭାବେ ସଙ୍ଗୀତ ମଧ୍ୟ ଶିଖିଥିଲେ। ବଂଶୀ ଏବଂ ହାରମୋନିଅମ୍ ବହୁତ ଭଲ ବଜାଉଥିଲେ। 


ଡ଼. ହରେକୃଷ୍ଣ ମହତାବ ହେଉଛନ୍ତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମୂଖ୍ୟମନ୍ତ୍ରୀ। ତାଙ୍କ ଶାସନ କାଳରେ ଓଡିଶା ଟେକସ୍ଟାଇଲ୍ ମିଲ୍ ସ୍ଥାପିତ ହୋଇଥିଲା। କଟକ ବଦଳରେ ଭୁବନେଶ୍ୱରକୁ ରାଜଧାନୀ ବଦଳଇବା  ଥିଲା ତାଙ୍କ ଯୋଜନା। ହୀରାକୁଦ ଜଳଭଣ୍ଡାର ଓ କଟକରେ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ମଧ୍ୟ ହରେକୃଷ୍ଣ ମହତାବଙ୍କ ଯୋଜନା ଅଟେ‌। ସେ କଂଗ୍ରେସର ସହ ରାଜନୈତିକ ସଂପର୍କ ରଖିଥିଲେ ମଧ୍ୟ ସେ ଥରେ କଂଗ୍ରେସ ଦଳକୁ ଛାଡ଼ି ଜନ କଂଗ୍ରେସ ନାମରେ ନିଜର ଏକ ସ୍ବତନ୍ତ୍ର ରାଜନୈତିକ ଦଳ ଗଠନ କରିଥିଲେ ଏବଂ ଥରେ ବହିଷ୍କୃତ ହୋଇଥିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇ କିଛି କାଳ କାରାଗାରରେ ବିତାଇଛନ୍ତି। 


ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁତ ଗଭୀର ଜ୍ଞାନ ଥିଲା। ସେ ଥିଲେ ଏକାଧାରରେ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର, ଐତିହାସିକ, ଔପନ୍ୟାସିକ ଓ କବି। 'ଅବ୍ୟାପାର', 'ଟ‌ଉଟର', 'ପ୍ରତିଭା' ଆଦି ତାଙ୍କର ହେଉଛି ଉଲ୍ଲେଖନୀୟ ଅବଦାନ ଓଡିଶା ସାହିତ୍ୟ ଜଗତକୁ। 'ସାଧନାର ପଥେ' ତାଙ୍କ ଆତ୍ମ ଚରିତ ଉପରେ ପର୍ଯ୍ୟବେସିତ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ହରେକୃଷ୍ଣ ମହତାବ ମଧ୍ୟ ସାମ୍ବାଦିକତାକୁ ସେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୁପେ ଗ୍ରହଣ କରିଥିଲେ ଏବଂ ଏଥିପାଇଁ ପ୍ରତିଷ୍ଠା କରିଥିଲେ ନିଜର ଖବରକାଗଜ ଯାହାର ନାମ ହେଉଛି 'ପ୍ରଜାତନ୍ତ୍ର' । ନିଜର ଖବରକାଗଜରେ ସେ ଗ୍ରାମବାସୀଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ସୃଷ୍ଟି କରିଥିଲେ 'ଗାଁ ମଜଲିସ୍' ଯାହା ସାଧାରଣ ଲୋକଙ୍କୁ ବହୁତ ଭଲ ଲାଗୁଥିଲା ଏବଂ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ମଧ୍ୟ କରାଯାଇପାରୁଥିଲା।


Post a Comment

0 Comments