21 November World Hello Day: ବିଶ୍ଵ ହେଲୋ ଦିବସ

21 November World Hello Day

21 November World Hello Day celebrates in every year around the world and to protect peace among the world is it final aim, and to remain the development of communication of human society, so talk about World Hello Day in Odia.

21 November World Hello Day
21-november-world-hello-day

ବିଶ୍ଵ ହେଲୋ ଦିବସ:

୧୯୭୩ ରୁ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ଵ ସ୍ତରରେ ପାଳନ କରାଯାଉଛି 'ବିଶ୍ଵ ହେଲୋ ଡେ'। ସାରା ବିଶ୍ବରେ ଶାନ୍ତି ‌ପ୍ରତିଷ୍ଠା ଏହି ଦିବସର ମୂଳ ଲକ୍ଷ୍ୟ। ଭାବ ଆଦାନ ପ୍ରଦାନ ବା ଯୋଗାଯୋଗ ର ଆରମ୍ଭ ସଂକ୍ଷିପ୍ତ 'ହେଲୋ' ରୁ ସୃଷ୍ଟି। ଏହା ମାଧ୍ୟମରେ ବଡ ବଡ ଝଗଡ଼ା ଭାଙ୍ଗିଯାଇପାରେ  ଏବଂ ବୁଝା ମଣା ମଧ୍ୟରେ ବିବାଦ ଦୁର କରାଯାଇପାରେ।


୬ ଅକ୍ଟୋବର ୧୯୭୩ ରୁ ୨୫ ଅକ୍ଟୋବର ଯାଏ ଇଜ୍ରାଏଲ ବିରୁଦ୍ଧରେ ସିରିଆ ଓ ଇଜ୍ପିଟ୍ ଲଢ଼ିଥିଲେ। ଇଜ୍ରାଏଲ କୁ ଯୁକ୍ତରାଷ୍ଟ୍ର ଆମେରିକା ସାହାଯ୍ୟ କରିଥିବା ବେଳେ ବିରୋଧୀ ପକ୍ଷକୁ ସୋଭିଏତ ରୁଷ, କ୍ୟୁବା, ସାଉଦି ଆରବ, ଜୋର୍ଡାନ,ଇରାକ, ଲିବ୍ୟା, ଟ୍ୟୁନିସିଆ, ମରକ୍କୋ, ଓ ଆଲଜେରିଆ ର ସମର୍ଥନ ମିଳିଥିଲା।


ଉକ୍ତ ଯୁଦ୍ଧ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରି 'ଏରିଜୋନ୍ ଷ୍ଟେଟ୍ ୟୁନଭରସିଟିରେ' ର ବ୍ରାୟାନ୍ ମ୍ୟାକ୍ ର୍ମାକ ଓ 'ହାର୍ଭାଡ୍ ୟୁନିଭରସିଟି' ର ଛାତ୍ର ମାଇକେଲ ମ୍ୟାକ୍ ର୍ମାକ, ଏହି ଦିବସ ପାଳନ ଆରମ୍ଭ କରିଥିଲେ। ଏହି ଦୁଇ ଭାଇ ଯୁଦ୍ଧ ଓ ସମସ୍ତ ପ୍ରକାରର କନ୍ଦଳ ବିରୁଦ୍ଧରେ ବିଶ୍ଵର ବିଭିନ୍ନ ରାଷ୍ଟ୍ରୀର ମୂଖ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି, ୭ ଟି ଭାଷାରେ ୧୩୬୦ ଟି ପତ୍ର ଲେଖିଥିଲେ। ସଂପ୍ରତି ୧୮୦ ଟି ଦେଶରେ ଏହି ଦିବସକୁ ପାଳନ କରାଯାଉଛି।




Post a Comment

0 Comments