Pandit Jawaharlal Neheru Biography in Odia

Pandit Jawaharlal Neheru Biography in Odia

Jawaharlal Neheru is the frist Prime Minister of India and november 14 of every year celebrates his Birthday in India. So let's have a complete information about the Jawaharlal Neheru Biography in Odia, hope you love it. Jawaharlal Neheru Biography in Odia language. In Great people great life we talk about Indian Frist PM. Jawaharlal Neheru.

Pandit Jawaharlal Neheru Biography in Odia
pandit-jawaharlal-neheru-biography-in-odia


Pandit Jawaharlal Neheru Biography in Odia

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଜନ୍ମ ୧୮୮୯  ନଭେମ୍ବର ୧୪ ତାରିଖ ଦିନ ହୋଇଥିଲା। ତାଙ୍କ ବାପାଙ୍କ ନାମ ଥିଲା ମୋତିଲାଳ୍ ‌ନେହେରୁ ଓ ମାତାଙ୍କ ନାମ ଥିଲା ସ୍ୱରୂପ ରାନୀ। ସେ ଅଗଷ୍ଟ ୧୫, ୧୯୪୭ ରୁ ଆରମ୍ଭ କରି ମେ ୨୬, ୧୯୬୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାର ତୁଳାଇଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ପୂର୍ବ ‌ପୁରୁଷ ଥିଲେ କାଶ୍ମୀର ‌ଉପତ୍ୟକା ର ମୂଳ ବାସିନ୍ଦା ଏବଂ ଜାତିରେ ଥିଲେ ବ୍ରାହ୍ମଣ। ସେମାନେ ଥିଲେ 'କୌଲ' ସାଙ୍ଗିଆଧାରୀ। ତାଙ୍କର ପୂର୍ବ ‌ପଣ୍ଡିତ ମାନେ ଥିଲେ ରାଜ କୌଲ ସଂସ୍କୃତି ଓ ପାରସୀ ଭାଷାରେ ବିଦୱାନ। ତାଙ୍କ ପାଣ୍ଡିତ୍ୟ ଦ୍ଵାରା ମୁଗ୍ଧ ହୋଇ ମୋଗଲ ସମ୍ରାଟ ଫରୂଖ ସିୟର, ତାଙ୍କୁ ୧୭୧୬ ରେ ଦିଲ୍ଲୀ ରେ ନିମନ୍ତ୍ରିତ କରି, ସ୍ଥାୟୀ ବସବାସ କରିବା ନିମନ୍ତେ ବାସଗୃହ ଏବଂ ମୁଁ ସଂପତ୍ତି ଯୋଗାଇ ଦେଇଥିଲେ। ଏକ 'ନହର' ବା କେନାଲ ପାଶ୍ୱର୍ରେ ଜାଗିରି ରୂପେ କିଛି ଗ୍ରାମ ପ୍ରଦାନ କରିଥିଲେ। ଜାଗିରି ପାଇବା ପରେ ସେ ପଣ୍ଡିତ ରାଜ କୌଲ ନହର ଭାବେ ପରିଚିତ ହୋଇଥିଲେ। କାଳକ୍ରମେ ମୂଳ ସାଙ୍ଗିଆ ଲୋପ ପାଇବା ସହ 'ନହର' ଅପଭ୍ରଂଶ ହୋଇ 'ନେହେରୁ' ପାଳଟିଥିଲା ଏବଂ ପରବର୍ତ୍ତୀ ବଂଶଧର ଏହି ସାଙ୍ଗିଆ କୁ ଗ୍ରହଣ କରିଥିଲେ।


ଜବାହରଲାଲ ନେହେରୁଙ୍କ ଜେଜେ ବାପା ଗଙ୍ଗାଧର ଥିଲେ ଦିଲ୍ଲୀର କାଉତ୍ୱାଲ। ୧୮୫୭ ସିପାହୀ ବିଦ୍ରୋହ କାଳରେ ଗଙ୍ଗାଧରଙ୍କ ସମସ୍ତ ପରିବାର ଆଗରେ ଚାଲି ଆସିଥିଲେ। ତାଙ୍କ ପୁତ୍ର ମୋତିଲାଲ ଆଇନ ବ୍ୟବସାୟ କରୁଥିଲେ। ଅଗରା ଉଚ୍ଚ ନ୍ୟାୟାଳୟ ଆଲାହାବାଦ ଉଠିଯିବା କାରଣରୁ ମୋତିଲାଲ ନେହେରୁ ସପରିବାର, ଇଲାହାବାଦ୍ କୁ ନୂଆ ବାସସ୍ଥାନ ରୁପେ ଗ୍ରହଣ କରିଥିଲେ। ଇଲାହାବାଦ୍ ଥିବା ସାର୍ ସୟଦ୍ ଅହମଦ୍ ଖାନଙ୍କ ପୁରାତନ ପ୍ରସାଦ କୁ କିଣି ସେ ନବ ରୂପ ତଥା ନୂତନ ନାମ ମଧ୍ୟ ଦେଇଥିଲେ ଏବଂ ଏଠାରେ ଜନ୍ମଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ।


ନେହେରୁ ପିଲାଦିନରୁ ଥିଲେ ପଠନ ଅଧ୍ୟୟନ ପ୍ରିୟ। ଭାରତୀୟ ତଥା ପାଶ୍ଚାତ୍ୟ ଲେଖକମାନଙ୍କୁ ପାଠକରି ତାଙ୍କ ଚିନ୍ତାଧାରା ବେଶ୍ ମାର୍ଜିତ ହୋଇପାରିଥିଲା। ତାଙ୍କ ବାଳ୍ୟ ଶିକ୍ଷା ବିଦ୍ୟାଳୟ ରେ ନ ହୋଇ ଘରରୁ ଆରମ୍ଭ ହୋଇଯାଇଥିଲା। ପିତା ମୋତିଲାଲ ନେହେରୁ ସେହି କାଳର ବିଦ୍ୟାଳୟ ଶିକ୍ଷା ପର୍ଯ୍ୟାପ୍ତ ନୁହେଁ ବୋଲି ମନେ କରୁଥିଲେ। ତେଣୁ ପୁଅକୁ ପଢ଼ାଇବା ପାଇଁ ସେ ଏକାଧିକ ଦେଶୀ ବିଦେଶୀ ଘରୋଇ ଶିକ୍ଷକ ନିଯୁକ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଥିଲେ ୟୁରୋପର ଶିକ୍ଷକ ଟି ବ୍ରୁକସ୍, ଯାହାଙ୍କ ଦ୍ଵାରା ନେହେରୁ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ତାଙ୍କ ଠାରୁ ପ୍ରେରଣା ପାଇ ସେ ଦର୍ଶନ, ବିଜ୍ଞାନ, ସାହିତ୍ୟ ଓ ଇତିହାସ ରେ ଆଦିରେ ମନଯୋଗ ଦେଇ ଶିକ୍ଷା ଗ୍ରହଣ କରିଥିଲେ। 


ଏହି ସବୁ ଶିକ୍ଷା ଯୋଗୁଁ ସେ ତାଙ୍କ ଜୀବନ ଶୈଳୀକୁ ମାର୍ଜିତ କରିପାରିଥିଲେ ଏବଂ ପରେ ସେ ଲଣ୍ଡନର ହାରୋ ବିଦ୍ୟାଳୟ ଏବଂ କେମ୍ରିଜ୍ ର ଟ୍ରିନିଟି ମହାବିଦ୍ୟାଳୟ ରେ ପଢିଥଲେ।  ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ହେବାପରେ ସେ ଲଣ୍ଡନରେ ଆଇନ ମଧ୍ୟ ପାଠ କରିଥିଲେ। ବିଦେଶରେ ଶିକ୍ଷା ଗ୍ରହଣ କରିସାରିବା ପରେ ସେ ଚାହୁଁଥିଲେ କୋୖଣସି ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଯାଇଥାନ୍ତି କିନ୍ତୁ ସେ ରାଜନୀତି ପ୍ରୀତି ଆକର୍ଷିତ ହୋଇଥିଲେ। ଗାନ୍ଧୀଙ୍କ ଆଦର୍ଶରେ ସେ ଅନୁପ୍ରାଣୀତ ହୋଇ ସେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ଏବଂ ଭାରତର ସ୍ବାଧୀନତା ଲାଭ ପରେ ପ୍ରଥମଥର ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଇଥିଲେ ଏବଂ ୧୯୬୪ ମେ ୨୭ ତାରିଖ ଦିନ ସେ ଇହଧାମ କୁ ଛାଡି ଚାଲିଯାଇଥିଲେ।



Post a Comment

0 Comments