21 October Apple Day
In October 21 whole world celebrate 'Apple Day'. This Apple Day celebrations has started from United Kingdom, so let's take some knowledges about the '21 October Apple Day'.
21-october-apple-day-in-london |
୨୧ ଅକ୍ଟୋବର ସେଓ ଦିବସ : (Apple Day)
୨୧ ଅକ୍ଟୋବର ତାରିଖ ଦିନ ସମଗ୍ର ବିଶ୍ୱରେ 'ସେଓ ଦିବସ' ପାଳନ କରାଯାଇଥାଏ। ଏହି ସେଓ ଦିବସ ପାଳନ କରିବାର ପ୍ରଥା ମୂଖ୍ୟତଃ ଗ୍ରେଟ୍ ବ୍ରିଟେନ୍ ରୁ ଆରମ୍ଭ ହୋଇଥିଲା। ସେଓ ଫଳର ଉତ୍ପତ୍ତି କିଜାଖସ୍ତାନରେ ହୋଇଥିଲା। ଖ୍ରୀଷ୍ଟପୂର୍ବ ୬୫୦୦ ପ୍ରଥମ ଜଙ୍ଗଲୀ ସେଓ କୁ କୃଷିଭିତ୍ତିକ କାର୍ଯ୍ୟ ରେ ବ୍ୟବହାର କରାଯାଇଥିଲା ଏବଂ ଏହା ଗୋଳାପ ଗଛ ପରିବାରର ଅନ୍ତର୍ଭୁକ୍ତ ଅଟେ। ସେଓ ଗଛ ହାରାହାରି ପ୍ରାୟ ଶହେ ବର୍ଷ ପର୍ଯ୍ୟନ୍ତ ଏହାର ଜୀବନକାଳ। ଏହି ସେଓ ଫଳ ପ୍ରଥମେ ପ୍ରାଚୀନ ଗ୍ରୀକ ଓ ରୋମାନ୍ ମାନଙ୍କ ପ୍ରିୟ ଖାଦ୍ୟ ଥିଲା ଏବଂ ଏହି ଫଳକୁ ପ୍ରଚୁର ପରିମାଣରେ ଚାଷ କରାଯାଉଥିଲା।
ବର୍ତ୍ତମାନ ସାରା ବିଶ୍ବରେ ପାଖାପାଖି ପ୍ରାୟ ସାତ ହଜାର ପାଞ୍ଚଶହ ପ୍ରକାରର ସେଓ ମିଳୁଛି। ସେଓ ଫଳର ମୁଖ୍ୟ ରଙ୍ଗ ହେଉଛି ଲାଲ୍, ସବୁଜ ଓ ଧଳା ଏବଂ ଏହା ଶରିରର ପାଇଁ ବହୁତ ଲାଭଦାୟକ। ଗୋଟିଏ ସେଓ ଖାଇବାରୁ ଶରିରକୁ ପ୍ରାୟ ୮୦ କ୍ୟାଲୋରୀ ପାଇଥାଏ। ଏହା ହେଉଛି ସୋଡିଅମ୍ ଓ କୋଲେଷ୍ଟେରୋଲ୍ ମୁକ୍ତ ଫଳ ଅଟେ। ସେଓ ଗଛ ହାରାହାରି ୪-୫ ବର୍ଷର ହେବାପରେ ଫଳ ଫଲିବା ଆରମ୍ଭ ହୋଇଥାଏ। କିନ୍ତୁ ଆଜାକାଲି ମାର୍କେଟ ରେ ହାଇବ୍ରିଟ୍ ସେଓ ଗଛ ଉପଲବ୍ଧ ହେଉଛି। କିଛି ସେଓ ଚେରି ଭଲି ହୋଇଥିବା ବେଳେ କେତେ ସେଓ ବହୁତ ବଡ଼ ବଡ଼ ହୋଇ ଫଲିଥାନ୍ତ। ସବୁଠାରୁ ବଡ଼ ଓଜନର ସେଓ ପ୍ରାୟ ୧.୫ କିଲୋଗ୍ରାମ ଓଜନର ହୋଇଥାଏ। ବର୍ତ୍ତମାନ ସମୟରେ ସେଓ ଉତ୍ପାଦନ ସବୁଠାରୁ ବେଶୀ ଚାଇନାରେ ହେଉଅଛି ଏବଂ ବିଶ୍ଵର ଅର୍ଦ୍ଧାଧିକ ସେଓ ଚାଇନା ମାଟିରେ ହୋଇଥାଏ।
0 Comments