national-defence-day-of-india-march-3 |
National Defense Day of India March 3
ଜାତୀୟ ପ୍ରତିରକ୍ଷା ଦିବସ ମାର୍ଚ୍ଚ ୩
ଭାରତୀୟ ସ୍ଥଳ ସେନା, ଜଳ ସେନା ଓ ବାୟୁସେନା କୁ ସମ୍ମାନ ଦେବାକୁ ଯାଇ, ଆମ ଭାରତ ଦେଶରେ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖ ଦିନ, ସମଗ୍ର ଭାରତରେ ପାଳନ କରାଯାଏ 'ଜାତୀୟ ପ୍ରତିରକ୍ଷା ଦିବସ' (Indian National Defence Day)। ପୁଣେ ନିକଟସ୍ଥ ଖଡକୱସଲାରେ ରହିଛି ଭାରତର 'ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ', ଯେଉଁଠାରେ ଏକ ସାଙ୍ଗରେ ଭାରତର ତିନି ସେନା ସାମରୀକ ତାଲିମ ନେଇଥାନ୍ତି, ଓ ଏହିପରି ସୁବିଧା ଆଉ ଅନ୍ୟ କୌଣସି ଦେଶରେ ନାହିଁ।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ସୁଦାନର ସ୍ୱାଧିନତା ନିମନ୍ତେ ବ୍ରିଟିଶ ସେନାରେ ଭାରତୀୟ ସୈନ୍ୟମାନେ ଲଢିଥିଲେ। ସେମାନଙ୍କ ସ୍ମୃତିକୁ ମନେରଖିବା ପାଇଁ ଏକ ବିରାଟ ସ୍ମାରକ ନିର୍ମାଣ ପାଇଁ ୧୯୪୧ ମସିହାରେ ସୁଦାନର ସରକାର ଏକ ଲକ୍ଷ ପାଉଣ୍ଡ ଦେଇଥିଲେ, ଏବଂ ଉକ୍ତ ଅର୍ଥ କୁ ଏକ ପ୍ରତିରକ୍ଷା ଏକାଡେମୀ ଖୋଲିବାକୁ ମାର୍ସାଲ୍ କ୍ଳାଉଡ୍ ଅଚିନ୍ ଲେଟ୍ ଆବେଦନ କରିଥିଲେ, ମାତ୍ର ଭାରତ ପାକିସ୍ତାନ ବିଭାଜନ ଯୋଗୁଁ ଉକ୍ତ ରାଶିର ୩୦% ପାକିସ୍ଥାନକୁ ଦିଆଯାଇଥିଲା, ଏବଂ ଅବଶିଷ୍ଟ ଅର୍ଥରାଶି କୁ ପ୍ରତିରକ୍ଷା ଏକାଡେମୀ ନିର୍ମାଣ କାର୍ଯ୍ୟ ରେ ବିନିଯୋଗ କରାଯାଇଥିଲା।
#national_defence_day
#indian_army
#india
#march_3
0 Comments