International Democracy Day September 15: ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ସେପ୍ଟେମ୍ବର ୧୫

 

International Democracy Day
international-democracy-day-september-15

International Democracy Day:

ଗଣତନ୍ତ୍ର ହେଉଛି ଲୋକମାନଙ୍କର ଲୋକମାନଙ୍କ ପାଇଁ ଓ ଲୋକମାନଙ୍କ ଦ୍ୱାରା। ଗଣତନ୍ତ୍ର କୈାଣସି ନିର୍ଦ୍ଦିଷ୍ଟ ରାଷ୍ଟ୍ର କି ଅଂଚଳର ନୁହେଁ। ଏହା ସମଗ୍ର ବିଶ୍ୱର। ଲୋକମାନଙ୍କର ମୁକ୍ତ ଇଚ୍ଛା ଉପରେ ଆଧାରିତ। ସାଧାରଣତଃ ପୃଥିବୀର ଅନେକାଂଶ ଦେଶର ଏବେ ଗଣତାନ୍ତ୍ରିକ ଶାସନ ପଦ୍ଧତି ପ୍ରଚଳିତ, ଓ ଲୋକମାନଙ୍କୁ ମଧ୍ୟ ଏହି ଶାସନ ପ୍ରଣାଳୀ ଭଳଲାଗୁଛି, ଓ ଏହାକୁ ସମର୍ଥନ ‌ମଧ୍ୟ କରୁଛନ୍ତି।ତ ତେବେ ଚାଳ ଏହି ଗଣତନ୍ତ୍ର ଶବ୍ଦ ବିଷୟରେ କିଛି ଆହୁରି ଜାଣିବା:-


୧୯୮୬ ରେ କୋରାଜନ୍ ଆକ୍ୱ‌‌ନୋ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ ଜରିଆରେ ଫିଲିପାଇନ୍ସ୍ ରେ ପ୍ରଥମେ ଏକ ଗଣତାନ୍ତ୍ରିକ ସରକାର ଗଠନ କରିଥିଲେ, ଏବଂ ଏହା ସହ ଫିଲିପାଇନ୍ସ୍ ରେ ଦୀର୍ଘ ୨୦ ବର୍ଷ ଧରି ଶାସନ ‌କରୁଥିବା ଫଡି୍ନାଣ୍ଡ୍ ମାର୍କୋସ୍ ଙ୍କର ସୈର ଶାସନର ମଧ୍ୟ ଅବସାନ ଘଟିଥିଲା, ଓ ଆକ୍ୱନୋ୍ ଏହାକୁ ଲୋକ ଶକ୍ତି ବିପ୍ଲବ ରୂପେ ନାମିତ କରିଥିଲେ। ପରେ ସେ ଏହି ଗଣତନ୍ତ୍ରକୁ ବିଶ୍ଵର ଚାରିଆଡ଼େ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ଆନ୍ତର୍ଜାତୀୟ ସ୍ତରରେ ଏହି ଗଣତନ୍ତ୍ର ବିଷୟରେ ଅନେକ ସମ୍ମୀଳନୀ ମଧ୍ୟ ଆୟୋଜନ କରିଥିଲେ।


 ୨୦୦୬ ମସିହାରେ କତାରର ଦୋହାରେ ଏକ ସମ୍ମୀଳନୀର ଆୟୋଜନ ହୋଇଥିଲା ଏବଂ ବିଶ୍ଵ ସ୍ତରରେ 'ଗଣତନ୍ତ୍ର ଦିବସ' ପାଳନ କରିବାପାଇଁ 'ଜାତିସଂଘ' କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ନଭେମ୍ବର ୮ ତାରିଖ ୨୦୦୭ ରେ ଜାତିସଂଘର ସାଧାରଣ ପରିଷଦ ୧୫ ସେପ୍ଟେମ୍ବର୍ କୁ 'ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ' ପାଳନ କରିବାପାଇଁ ଘୋଷଣା କରିଥିଲା, ଏବଂ ତେବେ ଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୫ କୁ 'ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ' (International Democracy Day) ରୂପେ ପାଳନ କରାଯାଉଛି।


#international_democracy_day

#september_15

#democracy

Post a Comment

0 Comments