20 November Universal Children's Day:
Every year 20 November celebrate as 'Universal Children's Day' around whole world, let's know what is the reason behind to celebrate 20 November as Universal Children's Day in odia language.
20-november-universal-children-day |
20 November Universal Children's Day:
ଜାତିସଂଘର ଅନୁମୋଦନ କ୍ରମେ ପ୍ରତି ବର୍ଷ ନଭେମ୍ବର ମାସ ୨୦ ତାରିଖରେ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ଶିଶୁ ଦିବସ (Universal Children's Day)। ୧୯୫୯ ନଭେମ୍ବର ୨୦ ତାରିଖ ଦିନ ଜାତିସଂଘ ରେ ଏହି ଶିଶୁ ଅଧିକାର ଘୋଷଣା ପତ୍ର ଗୃହୀତ ହୋଇଥିଲା। ଶିଶୁମାନଙ୍କର ମଙ୍ଗଳ ଓ ବିକାଶ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଆନ୍ତର୍ଜାତିକ ଶିଶୁ ଦିବସ ପାଳନ କରାଯାଇଥାଏ। ପ୍ରତ୍ୟେକ ଦେଶ ନିଜ ସୁବିଧା ଅନୁଯାୟୀ କୌଣସି ଏକ ଦିନକୁ ଜାତୀୟ ଶିଶୁ ଦିବସ (NATIONAL Children's Day) ରୂପେ ପାଳନ କରନ୍ତି। ପ୍ରଥମେ ତୁର୍କୀ ୧୯୨୯ ରେ ଏହି ଶିଶୁ ଦିବସ ବିଷୟ ରେ ପଦକ୍ଷେପ ଗ୍ରହଣ କରିଥିଲା ଏବଂ ୨୩ ଏପ୍ରିଲ ରେ ତୁର୍କୀ ରେ ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ ଓ ଏହା ସେଠାକାର ଜାତୀୟ ଛୁଟି ଦିବସ।
ଇଂଲଣ୍ଡ ରେ ପ୍ରତି ବର୍ଷ ମେ ମାସରେ ଦ୍ଵିତୀୟ ରବିବାର, ଚାଇନା ରେ ଜୁନ୍ ପହିଲା ରେ, ଯୁକ୍ତ ରାଷ୍ଟ୍ର ଆମେରିକା ରେ ଜୁନ୍ ଦ୍ଵିତୀୟ ରବିବାର ଦିନ, ପାକିସ୍ତାନ ରେ ଜୁଲାଇ ମାସରେ ପହିଲା ରୁ, ବ୍ରାଜିଲ ରେ ଅକ୍ଟୋବର ୧୨ ତାରିଖ ଦିନ, ଅଷ୍ଟ୍ରିଆ ଓ ଜର୍ମାନୀ ରେ ୨୦ ସେପ୍ଟେମ୍ବର ରେ, ଇଣ୍ଡୋନେସିଆ ରେ ୨୩ ଜୁଲାଇ ଦିନ, ଜାପାନ ଓ ଦକ୍ଷିଣ କୋରିଆ ରେ ମେ ୫ ରେ, ସ୍ପେନ ରେ ମେ ୧୪ ତାରିଖ ଦିନ, ବଙ୍ଗଳା ଦେଶରେ ୧୭ ମାର୍ଚ୍ଚ ଦିନ, ଶ୍ରୀଲଙ୍କା ରେ ଅକ୍ଟୋବର ପହିଲା ରେ, ଅଷ୍ଟ୍ରେଲିଆ ରେ ଅକ୍ଟୋବର ମାସର ଚତୁର୍ଥ ବୁଧୁବାର ଦିନ, ଦକ୍ଷିଣ ଆଫ୍ରିକା ରେ ମେ ମାସର ପ୍ରଥମ ଶନିବାର ଦିନ ଏବଂ ଆମ ଦେଶ ଭାରତରେ ୧୪ ନଭେମ୍ବର କୁ ଦେଶବ୍ୟାପୀ ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ।
0 Comments