father-of-the-indian-industry-jamsetji-tata |
Father of the Indian Industry: Jamset Ji TATA
Jamset Ji TATA known as the 'Father of the Indian Industry' find all about him in Political Science Cafe.
ଭାରତୀୟ ଶିଳ୍ପ କୁ ପୃଥିବୀର କୋଣେ ଅନୁକୋଣେ ଏକ ସ୍ୱତନ୍ତ୍ର ସମ୍ମାନୀୟ ସ୍ଥାନରେ ରଖିବାକୁ ଯିଏ ଏହି ଐତିହାସିକ କାମ କରିଛନ୍ତି ସେ
ହେଉଛନ୍ତି ଭାରତୀୟ ଶିଳ୍ପର ଜନକ 'ଜାମସେଦ୍ ଜୀ ଟାଟା' । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି
ଇଂରେଜ ଶାସନ କାଳରେ ସେ ନିଜସ୍ବ ଭାରତୀୟ ଶିଳ୍ପ ପ୍ରତିଷ୍ଠା କରିଥିଲେ,ତାଙ୍କ ପୂର୍ବରୁ ଅନ୍ୟ
କୌଣସି ଭାରତୀୟ ଏହି କାମ କରିବାକୁ ସାହସ କରିନଥିଲେ। ବଡୋଦରା ରାଜ୍ୟ ଅନ୍ତର୍ଗତ ନୱସେରୀ ଗ୍ରାମର
ଏକ ପାରସୀ ପରିବାରରେ ୧୮୩୯ ମାର୍ଚ୍ଚ ୩ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ, ଏବଂ ତାଙ୍କ ପରିବାରର
ବଂଶାନୁକ୍ରମ ବୃତ୍ତି ଥିଲା ପୂଜକ। ଜାମସେଦ୍ ଜୀ ଟାଟା ଙ୍କ ପିତା ଥିଲେ ନୁସୀରୱନଜୀ, ସେ ଜଣେ
ଧର୍ମ ଯାଜକ ଥିବା ସଙ୍ଗେ ସଙ୍ଗେ ଏକ ବ୍ୟବସାୟି ମଧ୍ୟ ଥିଲେ ଏବଂ ବମ୍ବେ ରେ ତାଙ୍କର ଏକ ବାଣିଜ୍ୟ
ସଂସ୍ଥା ମଧ୍ୟ ରହିଥିଲା। ଜାମସେଦ୍ ଜୀ ଟାଟା ମାତ୍ର ୧୪ ବର୍ଷ ବୟସରେ ଏଲଫିନ୍ ଷ୍ଟୋନ୍ କଲେଜରେ
ଏଡମିସନ୍ କରିଥିଲେ ଏବଂ ୧୮୫୮ ରେ ସେ ଗ୍ରିନ୍ ସ୍କୋଲାର (ଆଜିର ଯୁକ୍ତ ତିନି) ଲାଭ କରିଥିଲେ ଏବଂ
ଏହି ସମୟସୀମା ମଧ୍ୟରେ ସେ ହୀରାବାଈ ଦବୂଙ୍କ ସହ ପ୍ରେମରେ ପଡ଼ିଥିଲେ, ଏବଂ କଲେଜ ସମୟରେ ହିଁ
ହୀରିବାଈ ଙ୍କ ସହିତ ବିବାହ ହୋଇଥିଲେ। ୧୮୫୭ ସିପାହୀ ବିଦ୍ରୋହର ପରବର୍ତ୍ତୀ ସମୟରେ ସମସ୍ତ
ଭାରତୀୟ ମାନଙ୍କ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବା ସ୍ଵପ୍ନ ସହିତ ସମାନ ହୋଇଯାଇଥିଲା, ମାତ୍ର
ଜାମସେଦ୍ ଜୀ ଟାଟା ଉଦ୍ୟୋଗପତି ହେବାକୁ ନିଶ୍ଚିତ କରି ନେଇଥିଲେ। ସେ ଆମେରିକା ଓ ୟୁରୋପ ଭଳି ବଡ଼
ବଡ଼ ଦେଶ ମହାଦେଶ ଭ୍ରମଣ କରି ବିଭିନ୍ନ ଶିଳ୍ପ ଜ୍ଞାନ ଆହରଣ କରି ପୁଣି ଭାରତ କୁ ଫେରି ଆସିଥିଲେ
ଏବଂ ୧୮୬୮ ସେ ୨୧,୦୦୦ ଟଙ୍କାର ପୁଞ୍ଜି ନିବେଶ କରି ତାଙ୍କର ପ୍ରଥମ ବ୍ୟବସାୟ ଜୀବନ ଆରମ୍ଭ
କରିଥିଲେ। ଜାମସେଦ୍ ଜୀ ଟାଟା ୧୮୬୯ ମସିହାରେ ମହାରାଷ୍ଟ୍ରର ଚିଞ୍ଜପୋକଲ୍ଲୀରେ ଏକ ତେଳ କଳ
କିଣିଥିଲେ, ଏବଂ ସେହି କଳ କୁ ସେ ଲୁଗା କଳରେ ପରିଣତ କରିଥିଲେ ଏବଂ ଏହି କଳର ନାମ ରଖିଥିଲେ
'ଆଲେକଜାଣ୍ଡାର୍ ମିଲ୍', ଏବଂ ଏହାର ଠିକ୍ ଦୁଇବର୍ଷ ପରେ ସେ ଏହି ଆଲେକଜାଣ୍ଡାର୍ ମିଲ୍ କୁ
ବିକ୍ରି କରି, ଆଉ ଏକ ନୂତନ ଲୁଗା କଳ ମିଲ୍ ନାଗପୁରରେ ବସାଇଥିଲେ, ଯାହାର ନାମ ରଖିଥିଲେ
'ଏମ୍ପ୍ରେସ୍ ମିଲ୍'। ଭାରତୀୟ ଶିଳ୍ପର ଜନକ ଜାମସେଦ୍ ଜୀ ଟାଟାଙ୍କ ସ୍ୱପ୍ନ ଥିଲା ଭାରତରେ ଲୁହା
କାରଖାନା ପ୍ରତିଷ୍ଠା କରିବା, କରିଗରୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା, ଜଳ ବିଦ୍ୟୁତ
କେନ୍ଦ୍ରର ପ୍ରତିଷ୍ଠା କରିବା ଏବଂ ଭାରତର ଏକ ବିରାଟ ହୋଟେଲ ନିର୍ମିତ କରିବା, ମାତ୍ର ସେ ତାଙ୍କ
ଜୀବନର ଶେଷ ସ୍ୱପ୍ନକୁ ପୁରଣ କରିପାରିଥିଲେ, ଏବଂ ମଇ ୧୭, ୧୯୦୪ ରେ ଇହ ଧାମ ଛାଡି ଚାଲିଯାଇଥିଲେ।
ତାଙ୍କ ଜୀବନର ଶେଷ ସ୍ୱପ୍ନ ଟି ହେଲା ମୁମ୍ୱାଇର କୁଲାବାରେ ଥିବା ବିଶ୍ଵ ପ୍ରସିଦ୍ଧ ତାଜ ମହଲ
ହୋଟେଲ। ୧୯୦୩ ମସିହାରେ ୪ କୋଟି ଟଙ୍କାର ବିନିଯୋଗରେ ଜାମସେଦ୍ ଜୀ ଟାଟା ଏହି ଐତିହାସିକ ତାଜ ମହଲ
ହୋଟେଲ ତିଆରି କରାଇଥିଲେ, ଯାହାର ବର୍ତ୍ତମାନ ମୂଲ୍ୟ ୧୨୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ହେବ, ଏବଂ
ଏହା ହୋଟେଲ ହେଉଛି ଭାରତର ପ୍ରଥମ ଏପରି ହୋଟେଲ ଯାହା ବିଦ୍ୟୁତ ଶକ୍ତି ଦ୍ଵାରା ଆଲୋକିତ।
0 Comments